Latest Odisha News

BREAKING NEWS

ସବୁଠୁ ଛୋଟ ହନୁମାନ ଚାଳିିସା : ଏକ ସେଣ୍ଟିମିଟର ଏହି ପୁସ୍ତକରେ ରହିଛି ମୋଟ ୧୫ ପୃଷ୍ଠା

ହରିୟାଣା: ସନାତନ ଧର୍ମରେ ପ୍ରଭୁ ହନୁମାନ ଏବଂ ହନୁମାନ ଚାଳିସାର ଏକ ବିଶେଷ ସ୍ଥାନ ରହିଛି । ଯଦି ଆପଣ ସନାତନ ଧର୍ମକୁ ବିଶ୍ୱାସ କରୁଥିବେ , ତେବେ ଆପଣ ନିଶ୍ଚିତ ଭାବରେ ହନୁମାନ ଚାଳିସା ପଢିଥିବେ । କିନ୍ତୁ ଆପଣ କେବେ ଏକ ସେଣ୍ଟିମିଟର ଆକାରର ହନୁମାନ ଚାଳିସା ଦେଖିଛନ୍ତି? ହରିୟାଣାର ଜଣେ ବ୍ୟକ୍ତି ଏକ ସେଣ୍ଟିମିଟର ବହିରେ ହନୁମାନ ଚାଳିସା ଲେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

ହରିୟାଣାର ହିସାର ସହରରେ ରୁହନ୍ତି ଜିତେନ୍ଦ୍ର ପାଲ ସିଂ । ସେ ଏକ ଘରୋଇ ସ୍କୁଲରେ ଆର୍ଟ ଶିକ୍ଷକ ଅଛନ୍ତି । କ୍ଷୁଦ୍ର କଳାକୌଶଳ ତିଆରି କରିବାରେ ପାରଙ୍ଗମ ହେଉଛନ୍ତି ଜିତେନ୍ଦ୍ର । ନିକଟରେ ସେ ଏକ ସେଣ୍ଟିମିଟର ଆକାରରହନୁମାନ ଚାଳିସା ପୁସ୍ତକ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ପୁସ୍ତକର ୧୫ ପୃଷ୍ଠାରେ ହନୁମାନ ଚାଳିସା ଲେଖାଯାଇଛି । ଏଥି ସହିତ ଏହାର କଭର ପେଜରେ ପ୍ରଭୁ ହନୁମାନ ଜୀ ପର୍ବତ ଉଠାଇବାର ଏକ ଚିତ୍ର ମଧ୍ୟ ରହିଛି । ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ପୁସ୍ତକର ସମସ୍ତ ୧୫ ପୃଷ୍ଠାଗୁଡ଼ିକ ଲାମିନେଟ୍ ହୋଇଛି, ଯାହାଦ୍ୱାରା ପୃଷ୍ଟାଗୁଡ଼ିକ ନଷ୍ଟ ହେବ ନାହିିଁ ।

କେବଳ ସେତିକି ନୁହେଁ, ଜିତେନ୍ଦ୍ର ପ୍ରାୟ ୭୦ ଟି ସୂକ୍ଷ୍ମ କଳାକୃତି ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବରୁ ତାଙ୍କ ଦ୍ୱାରା ପ୍ରସ୍ତୁତ ଅନେକ ସୂକ୍ଷ୍ମ କଳାକୃତି ପାଇଁ ତାଙ୍କ ନାମ ଲିମ୍‌କା ବୁକ୍ ଅଫ୍ ରେକର୍ଡସ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼, ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଏଥିସହିତ ୩୫ଟି ରେକର୍ଡରେ ତାଙ୍କ ନାମ ପଞ୍ଜିକୃତ ହୋଇଛି । ଏଥିପାଇଁ ତାଙ୍କୁ ବହୁବାର ସରକାରୀ ତଥା ବେସରକାରୀ ସଂଗଠନ ତରଫରୁ ସମ୍ମାନିତ ମଧ୍ୟ କରାଯାଇଛି । ଜିତେନ୍ଦ୍ର ଚାଉଳରେ ୧୧୮ ଟି ଦେଶର ପତାକା, ଡ଼ାଲି ଦାନାରେ ୧୦ ଶିଖ ଗୁରୁଙ୍କ ଚିତ୍ର, କ୍ଷୁଦ୍ର ହନୁମାନ ଚାଳିସା ସମେତ ୭୦ ଟି କ୍ଷୁଦ୍ର କଳାକୃତି ତିଆରି କରିଛନ୍ତି । ଜିତେନ୍ଦ୍ର କହିଛନ୍ତି ଯେ, ଏହି କ୍ଷୁଦ୍ର ହନୁମାନ ଚାଳିିସା ଲେଖିବାକୁ ୧୫ ଦିନ ସମୟ ଲାଗିଥିଲା । ଏହାକୁ ଲୋକମାନେ ସହଜରେ ପଢିିପାରିବେ ।

Leave A Reply

Your email address will not be published.