Latest Odisha News

BREAKING NEWS

ଶ୍ରେଷ୍ଠ ବରିଷ୍ଠ ବୈଜ୍ଞାନିକ ସମ୍ମାନରେ ସମ୍ମାନିତ ହେବେ ସୋଆ ପ୍ରଫେସର

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ବାୟୋଫୁଏଲ୍ ଏବଂ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ତଥା ରିସର୍ଚ୍ଚ ପ୍ରଫେସର ଲାଲା ବିହାରୀ ଶୁକ୍ଳା ପାଇବେ ଶ୍ରେଷ୍ଠ ବରିଷ୍ଠ ବୈଜ୍ଞାନିକ ସମ୍ମାନ ।

ଲାଇଫ୍ ୱେ ଟେକ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆୟୋଜିତ “ଗ୍ଲୋବାଲ୍ ଏଜୁକେସନ୍ ଆଣ୍ଡ କର୍ପୋରେଟ୍ ଲିଡରସିପ୍ ଆୱାଡ୍ସ- ୨୦୧୮” କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଫେସର ଶୁକ୍ଳାଙ୍କୁ ଶ୍ରେଷ୍ଠ ବୈଜ୍ଞାନିକ ସମ୍ମାନରେ ସମ୍ମାନିତ କରାଯିବ ।

ନିଜର ଅସାଧାରଣ ଦକ୍ଷତା ଏବଂ ଉତ୍ତମ କାର୍ଯ୍ୟଶୈଳୀ ନିମନ୍ତେ ପ୍ରଫେସର ଶୁକ୍ଳାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି ।

ଏହି ଅବସରରେ ପ୍ରଫେସର ଶୁକ୍ଳାଙ୍କ ସମେତ କିଛି ଦକ୍ଷ ଶିକ୍ଷାବିତ, ଗବେଷକ ଓ ଶିଳ୍ପ ଜଗତର ବ୍ୟକ୍ତିଙ୍କୁ ଗ୍ଳୋବାଲ୍ ଏଜୁକେସନ୍ ଆଣ୍ଡ କର୍ପୋରେଟ୍ ଲିଡରସିପ୍ ଆୱାର୍ଡରେ ସମ୍ମାନ୍ନିତ କରାଯିବ । ପ୍ରଫେସର ଶୁକ୍ଳା ପୂର୍ବରୁ ସିଏସଆଇଆର-ଆଇଏମଏମଟି ଭୁବନେଶ୍ୱରର ବାୟୋ ରିସୋର୍ସେସ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ମୁଖ୍ୟ ଭାବେ ରହିଥିଲେ ।

ପ୍ରଫେସର ଶୁକ୍ଳାଙ୍କର ରିସର୍ଚ୍ଚ ଓ ଡେଭଲପମେଣ୍ଟ ନେଇ ବାୟୋମିନେରାଲ୍ ପ୍ରୋସେସିଂ, ହାଇଡ୍ରୋମେଟାଲର୍ଜୀ ଓ ଆଲଗଲ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ୪୨ ବର୍ଷର ଅଭିଜ୍ଞତା ରହିଛି । ପୂର୍ବରୁ ତାଙ୍କୁ ସମ୍ମାନଜନକ ‘ପ୍ରଫେସର ଏସ.ଆର.ବ୍ୟାସ ମେମୋରିଆଲ୍ ଆୱାର୍ଡ’, ‘ଆଇଆଇଏମଇ ମିନେରାଲ୍ ବେନିଫିସିଏସନ୍ ଆୱାର୍ଡ’ ଏବଂ ‘ସୀତାରାମ ରୁଙ୍ଗଟା ମେମୋରିଆଲ୍ ଆୱାର୍ଡ’ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.