Latest Odisha News

କିଚେନ ଟିପ୍ସ: ଆଳୁ ସିଝେଇବା ବେଳେ ପ୍ରେସର କୁକର କଳା ପଡିଯାଉଛି କି ? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ଵର; ରୋଷେଇ ଘରେ ପ୍ରତିଦିନ କାମ କରିବାବେଳେ ଆମେମାନେ ଅନେକ ଟିପ୍ସ ଆପଣାନ୍ତି ଯାହା ଆମ କାମକୁ ସହଜ କରିଦେଇଥାଏ । ଏହି ଟିପ୍ସ ଗୁଡିକ ଗ୍ରହଣ କରିବା ଦ୍ଵାରା ଆପଣଙ୍କ କାର୍ଯ୍ୟ ସହଜ ହେବା ସହ ଆପଣଙ୍କୁ ରୋଷେଇ କରିବାରେ କମ୍ ସମୟ ମଧ୍ୟ ମଧ୍ୟ ଲାଗିବ । ଅଧିକ ପରିଶ୍ରମରୁ ମଧ୍ୟ ଆପଣ ବଞ୍ଚିପାରିବେ । ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବୁ ଯାହା ଆପଣଙ୍କୁ ରୋଷେଇଘରେ ନିତ୍ୟାନ୍ତ ଦରକାର ପଡିବ …

ସାଧାରଣତଃ ଆପଣମାନେ ଆଳୁ ସିଝେଇବା ବେଳେ ନଜର କରିଥିବେ ଯେ କୁକରଟି କଳା ପଡିଯାଉଛି । ତେବେ ଯଦି ଆପଣ ବି ଏପରି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ କୁକରରେ ଆଳୁ ରଖିବାବେଳେ ଟିକେ ଲୁଣ ଏବଂ ଏକ ଖଣ୍ଡ ଲେମ୍ବୁ ମିଶାଇ ଆଳୁ ସିଝାନ୍ତୁ । ଏହା କରିବା ଦ୍ୱାରା କୁକର ଭିତର କଳା ଦେଖାଯିବ ନାହିଁ | ଏହା ସହିତ ଆଳୁ ଚୋପା ମଧ୍ୟ ଶୀଘ୍ର ଏବଂ ସହଜରେ ବାହାରିଯିବ |

ଅନେକ ଲୋକଙ୍କୁ ରସୁଣରୁ ଚୋପା ଛଡେଇବା ପସନ୍ଦ ନଥାଏ । ଅଥବା ରସୁଣକୁ ଚୋପାକୁ ଛଡାଇବାକୁ ବହୁତ ସମୟ ଲାଗିଥାଏ । ତେବେ ରସୁଣରୁ ସହଜରେ ଚୋପା ଛଡାଇବା ପାଇଁ ପ୍ରାଥମେ ରସୁଣକୁ କୋଲା କରନ୍ତୁ । ବର୍ତ୍ତମାନ ଏହି ରସୁଣ କୋଲାକୁ କିଛି ସମୟ ଗରମ ପାଣିରେ ରଖନ୍ତୁ | କିଛି ସମୟ ପରେ ଏହାକୁ ପାଣିରୁ ବାହାର କରିଆଣି ଚୋପାକୁ ଛଡାନ୍ତୁ । ଦେଖିବେ ଆପଣ ବିନା କୌଣସି ପରିଶ୍ରମରେ ସହଜରେ ରସୁଣକୁ ଚୋପା ଛଡାଇପାରିବେ |

ରୋଷେଇ ଘରେ ଥିବା ଆପଣଙ୍କ କଇଁଚି ସାଦାରଣତଃ କିଛି ଦିନ ବ୍ୟବହାର କରିବା ପରେ ସେଥିରୁ ଧାର କମିଯାଏ । ଏପରି ପରିସ୍ଥିତିରେ ଆପଣ କଇଁଚିକୁ ଦୁଇ-ତିନି ମିନିଟ୍ ପାଇଁ ଲୁଣ ଡବାରେ ରଖନ୍ତୁ | ଏହା କରିବା ଦ୍ୱାରା ତୁମର କଇଁଚିର ଧାର ତୁରନ୍ତ ତୀକ୍ଷ୍ଣ ହୋଇଯିବ |

ଗ୍ରାଇଣ୍ଡରରେ ଶୁଖିଲା ଲଙ୍କା ଗ୍ରାଇଣ୍ଡିଙ୍ଗ କରିବା ବେଳେ ସାଧାରଣତଃ ଲଙ୍କାଗୁଣ୍ଡ ଧୁଆଁ ଆମ ଆଖି ଓ ନାକରେ ପଶିଥାଏ । ଯାହାଫଳରେ ଆପଣ କାଶି କାଶି ନୟାନ୍ତ ହୋଇପଡନ୍ତି । ଏଥିରୁ ରକ୍ଷା ପାଇବା ପାଈଁ ପ୍ରଥମେ ନାଲି ଲଙ୍କାକୁ ଭଲ ଭାବରେ ଖରାରେ ଶୁଖାନ୍ତୁ | ଏହା ପରେ, ଯେତେବେଳେ ଆପଣ ଏହାକୁ ଗ୍ରାଇଣ୍ଡିଙ୍ଗ କରିବେ ସେତେବେଳେ ସେଥିରେ କିଛି ଲୁଣ ଓ ଅଳ୍ପ ସୋରିଷ ତେଲ ପକାଇ ଏହାକୁ ଗ୍ରାଇଣ୍ଡିଙ୍ଗ କରନ୍ତୁ | ଏପରି କଲେ ଏହାର ଧୁଆଁ ଦ୍ଵାରା ଆପଣଙ୍କୁ କୌଣସି କ୍ଷତି ହେବ ନାହିଁ ।

 

Leave A Reply

Your email address will not be published.