Latest Odisha News

BREAKING NEWS

ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଗିରଫ

ଆନନ୍ଦପୁର: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କ ପୁଅ ଦେବାଶୀଷ ପାତ୍ରଙ୍କୁ ବୁଧବାର ରାତିରେ ପୋଲିସ ଗିରଫ କରିଛି । ସେ ପୋଲିସ ଉପରେ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ବୁଧବାର ଦିନ ରାତିରେ ଦେବାଶୀଷଙ୍କୁ ପୋଲିସ ଯାଜପୁର ଜିଲ୍ଲା ଛତିଆ-ଟାଙ୍ଗୀ ଅଞ୍ଚଳରୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ସୂଚନା ପାଇ ପଦନା ଗ୍ରାମକୁ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିଲେ, ମାତ୍ର ସେଠାରେ ଦେବାଶୀଷ ଓ ତାଙ୍କର ସହଯୋଗୀମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ ।

ପୋଲିସ ବୁଧବାର ଦିନ ଏହି ଆକ୍ରମଣକୁ ନେଇ ଆଠ ଜଣ ଅଭିଯୁକ୍ତଙ୍କ ନାମରେ ଏତଲା ଦାୟର କରିଥିଲେ ।

Leave A Reply

Your email address will not be published.