Latest Odisha News

BREAKING NEWS

‘କେବିସି’ରେ ଏହି ପ୍ରଶ୍ନର ଉତ୍ତର ଦେଇନପାରି ସମାଲୋଚନାର ଶିକାର ହେଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ତଥା ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଛନ୍ତି ଅନେକଙ୍କ ମନ । ବଲିଉଡର ଏହି ସୁନ୍ଦରୀଙ୍କର ଅଧିକାଂଶ ସିନେମା ସୁପର ଡୁପର ହିଟ ହେଉଥିବା ବେଳ, ନିକଟରେ ରିଲିଜ ହୋଇଥିବା ମିଶନ ମଙ୍ଗଲ ଭଳି ବ୍ଲକ ବଷ୍ଟର ଫିଲ୍ମ ମଧ୍ୟ ସେ ବଲିଉଡକୁ ଦେଇ ସାରିଛନ୍ତି।

ଅଭିନୟ କାଳରେ ପରିପୂର୍ଣ୍ଣ ସୋନକ୍ଷୀ କିନ୍ତୁ ନିକଟରେ ହୋଇଛନ୍ତି ସମାଲୋଚନାର ଶିକାର । କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଘଟଣାଟି ଏମିତି ଯେ, ନିକଟରେ ସୋନାକ୍ଷୀ ସିହ୍ନା ଅମିତାଭ ବଚ୍ଚନଙ୍କ ଶୋ ‘କୌନ ବନେଗା କରୋଡପତି’ରେ ନଜର ଆସିଥିଲେ । ଏହି ଶୋ’ ରେ ସ୍ଵତନ୍ତ୍ର ପ୍ରତିଦ୍ଵନ୍ଦୀ ଭାବରେ ରାଜସ୍ଥାନର ଋମା ଦେବୀ ହଟ୍ ସିଟରେ ଖେଳୁଥିଲେ ।

ହଟ୍ ସିଟରେ ଥିବା ଋମା ୨୨ହଜାର ମହିଳାଙ୍କୁ ସ୍କିଲ ଟ୍ରେନିଙ୍ଗ୍ ଦେଇ ସାରିଛନ୍ତି। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ନାରୀଶକ୍ତି ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ସୋନାକ୍ଷୀ ସିହ୍ନା ମଧ୍ୟ ଋମାଦେବୀଙ୍କ କାମରେ ବେଶ୍ ପ୍ରଭାବିତ। ତେଣୁ ଋମା ଦେବୀଙ୍କୁ କେବିସିରେ ସହାୟତା କରିବା ପାଇଁ ସୋନାକ୍ଷୀ ନିଜେ ସାମିଲ ମଧ୍ୟ ହୋଇଥିଲେ ।

କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହାକି ଯେ, କେବିସିରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ସୋନାକ୍ଷୀ ସମାଲୋଚନାର ଶିକାର ହୋଇଛନ୍ତି ।

କେବିସିରେ ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ ଯେ, “ରାମାୟଣ ଅନୁସାରେ ହନୁମାନ କାହା ପାଇଁ ସଞ୍ଜିବନୀ ବୁଟି ଆଣିଥିଲେ” । ଅପଶନରେ ଥିଲା ସୁଗ୍ରୀବ, ରାମ, ଲକ୍ଷ୍ମଣ ଓ ସୀତା। ସୋନାକ୍ଷୀଙ୍କୁ ଏହାର ଉତ୍ତର ପ୍ରଥମେ ସୀତା କହିଥିଲେ। ଋମା ଦେବୀଙ୍କୁ ମଧ୍ୟ ଏହାର ଉତ୍ତର ଜଣା ନଥିଲା।

ଏହାପରେ ସୋନାକ୍ଷୀ ଶେଷ ଲାଇଫ ଲାଇନ ଏକ୍ସପର୍ଟଙ୍କ ଠାରୁ ସାହାଯ୍ୟ ମାଗିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ବିଶେଷଜ୍ଞ ଭାବେ ଶୋ’ରେ ଉପସ୍ଥିତ ଥିବା ଶ୍ବେତା ଏହାର ଠିକ୍ ଉତ୍ତର ଦେଇଥିଲେ।

ତେବେ ସୋନାକ୍ଷୀଙ୍କ ପିତା, ଦାଦା, ଭାଇମାନେ ରାମାୟଣରେ ଅଭିନୟ କରିଥିବା ବେଳେ , ତାଙ୍କର ଏଭଳି ଉତ୍ତରରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିଗ୍ ବି। କେବଳ ସେତିକି ନୁହେଁ ସୋନାକ୍ଷୀଙ୍କ ଘରର ନାମ ରାମାୟଣ ଅଟେ ।

Leave A Reply

Your email address will not be published.