Latest Odisha News

BREAKING NEWS

ଆସୁଛି ଓଡିଆ ଆକ୍ସନ୍ ଥ୍ରୀଲର ଫିଲ୍ମ “ଗୁରୁଦେବ”

ଭୁବନେଶ୍ୱର: କରୋନା ମହାମାରୀ ପରେ ଧୀରେଧୀରେ ସକ୍ରିୟ ହେଲାଣି ଓଲିଉଡ ଇଣ୍ଡଷ୍ଟ୍ରୀ । ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କ ସମେତ ପ୍ରଯୋଜକ ବି ଫିଲ୍ମ ନିର୍ମାଣ କରିବାକୁ ଅଣ୍ଟା ଭିଡିଲେଣି । ଆଗାମୀ ଦିନରେ ଖୁବଶୀଘ୍ର ନବାଗତ ନାୟକ ଦେବାନନ୍ଦଙ୍କୁ ନେଇ ରିଲିଜ୍ ହେବ ଆକ୍ସନ ଥ୍ରୀଲର ଫିଲ୍ମ ଗୁରୁଦେବ । ନିକଟରେ ଏହି ଫିଲ୍ମର ପ୍ରଥମ ଟିଜର୍ ଦର୍ଶକଙ୍କ ସାମ୍ନାକୁ ଆସିଛି ।

ଫିଲ୍ମର ଟିଜରରେ ସାମାନ୍ୟ ଝଲକ ଦେଖିବାକୁ ମିଳିଥିଲେ ବି ମହୁରତ ପରେ ଏହାର ସମସ୍ତ ଷ୍ଟାରକାଷ୍ଟ ସାମ୍ନାକୁ ଆସିବେ । ତେବେ ମିଳିଥିବା ଖବର ଅନୁଯାୟୀ ଏଥିରେ ପିୟାଲୀଙ୍କୁ ଫିମେଲ ଲିଡ୍ ରୋଲରେ ଦେଖିବାକୁ ମିଳିବ । ସପୋର୍ଟିଂ ରୋଲରେ ନଜର ଆସିବେ ମନୋଜ ମିଶ୍ର, ଜୀବନ ପଣ୍ଡା ଓ ହାସ୍ୟ କଳାକାର ପ୍ରଜ୍ଞା ଓ ଗୁଡୁ ।

ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ମିହିର ଦାସ ଓ ନେଗେଟିଭ ରୋଲରେ ଅଭିନେତା ଶିବ ନଜର ଆସିବେ । ଏସଡି ଫିଲ୍ମସ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଭାର ସରୋଜକାନ୍ତ ସମ୍ଭାଳିଥିବାବେଳେ ପ୍ରଯୋଜନା ସମ୍ଭାଳିଛନ୍ତି ସତ୍ୟଜିତ ତ୍ରିପାଠୀ ।

Leave A Reply

Your email address will not be published.