Latest Odisha News

ଦକ୍ଷିଣ ଆଫ୍ରିକା ୧୯୭ରେ ଅଲଆଉଟ, ସାମିଙ୍କୁ ୫ ୱିକେଟ

ସେଂଚୁରିଆନ: ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ଯୋଗୁ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟର ୩ୟ ଦିବସରେ ଭାରତ ୧୯୭ ରନରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ କରିଛି । ଏଥିସହ ଟିମ ଇଣ୍ଡିଆ ୧୩୦ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରନେଇଛି । ସାମି ୫ଟି ୱିକେଟ ଅକ୍ତିଆର କରିଥିଲେ । ସେ କପିଳ ଦେବ(୫୦), ଜଭାଗଲ ଶ୍ରୀନାଥ(୫୪)ଙ୍କ ପରେ ତୃତୀୟ ଭାରତୀୟ ଭାବେ ୫୫ ମ୍ୟାଚରେ ୨୦୦ ୱିକେଟ ହାସଲ କରିଛନ୍ତି ।

ପୂର୍ବରୁ ଭାରତ ୨୭୨/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା । ମାତ୍ର ୫୫ ରନରେ ବାକି ୭ୱିକେଟ ହରାଇ ୩୨୭ ରନରେ ଅଲଆଉଟ ହୋଇ ଯାଇଥିଲା । କେଏଲ ରାହୁଲ ୧୨୩ ଓ ମୟଙ୍କ ଅଗ୍ରୱାଲ ୬୦ ରନ କରିଥିଲେ । ଭାରତ ପକ୍ଷରୁ ରିଷଭ ପନ୍ତ ଦ୍ରୁତ (୨୬ ମ୍ୟାଚ) ୧୦୦ ଡିସମିସାଲ କରି ନିଜ ଦେଶର ମହେନ୍ଦ୍ର ସିଂ ଧୋନୀ (୩୬)ଙ୍କ ରେକର୍ଡ ଭାଙ୍ଗିଛନ୍ତି ।

Leave A Reply

Your email address will not be published.