Latest Odisha News

BREAKING NEWS

ଦୁର୍ଘଟଣାରେ ବଚପନ କା ପ୍ୟାର ଫେମ ଗାୟକ ସହଦେବ ଗୁରୁତର

ମୁମ୍ବାଇ: ବଚପନ ପେମ ଗାୟକ ସହଦେବ ଦିରଦୋ ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଛି ଏବଂ ସେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି । ପ୍ରାଥମିକ ଉପଚାର ପରେ ତାଙ୍କୁ ଜଗଦଲପୁରର ଡିମରାପାଲ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଯାଇଛି । ସୁକମା କଲେକ୍ଟର ବିନୀତ ନନ୍ଦନବାର ଓ ଏସପି ସୁନୀଲ ଶର୍ମା ଡାକ୍ତରଖାନାରେ ପଂହଚି ସହଦେବଙ୍କ ଚିକିତ୍ସା କଥା ପଚାରି ବୁଝିଛନ୍ତି ।

ସହଦେବ ତାଙ୍କ ପରିବାର ଲୋକଙ୍କ ସହ ବାଇକରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଅନ୍ୟ ୨ଜଣ ସାଧାରଣ ଭାବେ ଆହତ ହୋଇଛନ୍ତି । ବଲିଉଡ ଗାୟକ ବାଦଶାହଙ୍କ ସହ ବଚପନ କା ପ୍ୟାର ଗୀତ ଗାଇ ସେ ଚର୍ଚ୍ଚିତ ହୋଇ ପଡିଥିଲେ । ପୂର୍ବରୁ ତାଙ୍କର ଏହି ଗୀତ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଥିଲା ।

Leave A Reply

Your email address will not be published.