Latest Odisha News

BREAKING NEWS

ଗୋଟିଏ ଦିନରେ ପଡିଲା ୨୩ ୱିକେଟ, ଭାରତ ଏବେ ବି ୩୬ ରନରେ ଅଗ୍ରଣୀ

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩୬ ରନରେ ଅଗ୍ରଣୀ ରହିଛି । ଗୋଟିଏ ଦିନରେ ୨୩ଟି ୱିକେଟର ପତନ ଘଟିଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୫୫ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ଭାରତ ୧୫୩ ରନ କରି ୯୮ ରନର ଅଗ୍ରଣୀ ହାସଲ କରିଥିଲା । ଭାରତ ୧୧ଟି ବଲରେ କୌଣସି ରନ ସଂଗ୍ରହ ନ କରି ଶେଷ ୬ଟି ୱିକେଟ ହରାଇଥିଲା । ଦ୍ୱିତୀୟ ଇନିଂସରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ୩ ୱିକେଟ ବିନିମୟରେ ୬୨ ରନ ସଂଗ୍ରହ କରିଛି । ଆଇଡେନ ମାର୍କରାମ ୩୬ ଓ ଡେଭିଡ ବେଣ୍ଡିଂହାମ ୭ ରନ କରି ଅପରାଜିତ ରହିଛନ୍ତି । ଭାରତ ପକ୍ଷରୁ ମୁକେଶ କୁମାର ୨ଟି ଓ ଯଶପ୍ରୀତ ବୁମରାହ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

ଡିନ ଏଲଗାର ଦ୍ୱିତୀୟ ଇନିଂସରେ ୧୨ ରନ କରି ଆଉଟ ହୋଇଛନ୍ତି । ଏଥିସହ ତାଙ୍କର ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରର ଅନ୍ତ ଘଟିଛି । ସିରିଜ ପୂର୍ବରୁ ସେ ଅବସର ସମ୍ପର୍କରେ ଘୋଷଣା କରିଥିଲେ । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିଲା । ଏହି ଟେଷ୍ଟକୁ ଜିତି ସିରିଜ ବରାବର ଲକ୍ଷ୍ୟରେ ଭାରତ ରହିଛି ।

Leave A Reply

Your email address will not be published.