Latest Odisha News

BREAKING NEWS

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ବନ୍ଧା ହେଲା ଯୁବକ 

ଜୟପୁର; ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ବୈପାରିଗୁଡା ଥାନା ଅନ୍ତର୍ଗତ ଡଙ୍ଗାଯୋଡି  ବି. ବି ଗୋଲୋରି (୨୪)।  

ସୂଚନା ଅନୁସାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ବାସନ ସଫା କରୁଥିବା ବେଳେ ଅଭିଯୁକ୍ତ ଯୁବକ ନାବାଳିକାକୁ ଅପହରଣ  କରି  ଦୁଷ୍କର୍ମ କରିଥିଲା । ପରେ ନାବାଳିକା ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲା।  

ସମସ୍ତ ଘଟଣା ଜାଣିବା ପରେ ଏନେଇ ନାବାଳିକାର ବାପା ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଯୁବକ ଜଣକ ବୈପାରିଗୁଡା ଥାନା ଅନ୍ତର୍ଗତ ଡଙ୍ଗାଯୋଡି ଗ୍ରାମର ବୋଲି ଜଣାପଡ଼ିବା ପରେ ପୁଲିସ ଅଭିଯୁକ୍ତକୁ କାବୁ କରିଥିଲା । 

ନାବାଳିକା ଓ ଅଭିଯୁକ୍ତର ଡାକ୍ତରି ମାଇନା ହୋଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୁଲିସ୍ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.