Latest Odisha News

BREAKING NEWS

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ, ୨୯ ବର୍ଷ ଇତିହାସ ବଦଳାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସେଞ୍ଚୁରିଅନ୍: ଆଜିଠୁ ଭାରତ-ଦକ୍ଷଣ ଆଫ୍ରିକା ଟେଷ୍ଟ ସିରିଜ୍। ବକ୍ସିଂ ଡେରେ କଡ଼ା ମୁକାବିଲା ହେବ । ସେଞ୍ଚୁରିଅନର ସୁପରସ୍ପୋଟ୍ସ ପାର୍କଠାରେ ଖେଳାଯିବ ପ୍ରଥମ ଟେଷ୍ଟ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଟେଷ୍ଟରେ ମାତ୍ ଦେଇଥିବା ଟିମ୍ ଇଣ୍ଡିଆର ଲକ୍ଷ୍ୟ ଏବେ ମିଶନ ସାଉଥ୍ ଆଫ୍ରିକା । ବିଜୟରୁ ଟେଷ୍ଟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ କୋହଲି ବାହିନୀ ।

କୋଚ୍ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ପ୍ରଥମ ଥର ବିଦେଶ ମାଟିରେ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ହୋମ୍ ଗ୍ରାଉଣ୍ଡରେ ହରାଇଥିବାରୁ ଦଳର ମନୋବଳ ଦୃଢ଼ ରହିଛି । ତେବେ ଦକ୍ଷିଣ ଆଫ୍ରିକା ସହ କଡ଼ା ମୁକାବିଲା ହେବ । ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ମାତ ଦେବା ଏତେ ସହଜ ହେବନି ।

ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲଙ୍କ ସହ ଇନିଂସ ଓପନ୍ କରି ପାରନ୍ତି ମୟଙ୍କ ଅଗ୍ରଓ୍ୱାଲ । ବ୍ୟାଟିଂ ଭାର କୋହଲି, ଚେତେଶ୍ୱର ପୂଜାରା, ରୁଷଭ ପନ୍ଥ ସମ୍ଭାଳିବେ । ଆଜିର ମ୍ୟାଚରେ ଆଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟାର ଓ ହନୁମା ବିହାରୀଙ୍କ ମଧ୍ୟରୁ କାହାକୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିବ ତାଉପରେ ନଜର ରହିଛି ।

ଭାରତ ପାଖରେ ଶକ୍ତିଶାଳୀ ବୋଲିଂ ବାହିନୀ ରହିଛି । ଫାଷ୍ଟ ବୋଲର ଭାବରେ ଦଳରେ ଅଛନ୍ତି ଯଶପ୍ରୀତ ବୁମରାହ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଇଶାନ୍ତ ଶର୍ମା । ସ୍ପିନ୍ ବିଭାଗ ସମ୍ଭାଳିବେ ଟେଷ୍ଟ ସ୍ପେସାଲିଷ୍ଟ ଆର୍. ଅଶ୍ୱିନ୍ । ବ୍ୟୋଟିଂ ଓ ବୋଲିଂରେ ସନ୍ତୁଳିତ ଟିମ୍ ଇଣ୍ଡିଆ ୨୯ ବର୍ଷ ପରେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍ ଜିତି ନୂଆ ଇତିହାସ ଲେଖିବା ଲକ୍ଷ୍ୟରେ ରହିଛି ।
୧୯୯୨ରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଟେଷ୍ଟ ସିରିଜ୍ ଖେଳିଥିଲା । ବର୍ତ୍ତମାନ ଯାଏ ଗୋଟିଏ ବି ଟେଷ୍ଟ ସିରିଜ ଜିତି ପାରିନି । ସେହିପରି ସେଞ୍ଚୁରିଅନରେ ସବୁବେଳେ ଦକ୍ଷିଣ ଆଫ୍ରିକାର ଦବଦବା ରହି ଆସିଛି । ଏଠାରେ ଘରୋଇ ଦଳ ୨୬ ଟେଷ୍ଟରୁ ୨୧ଟି ଜିତିଛି । ଭାରତ ସେଞ୍ଚୁରିଅନରେ ୨ଟି ଟେଷ୍ଟ ଖେଳି ପରାଜୟର ସାମନା କରିଛି ।

Leave A Reply

Your email address will not be published.