ଲର୍ଡସ: ଦକ୍ଷିଣ ଆଫ୍ରିକା ଆଇସିସି ଫାଇନାଲରେ ଚୋକ ମାରୁଥିବା ମାନସିକତାରୁ ବାହାରକୁ ବାହାରି ଆସିଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଏଡେନ ମାର୍କରାମ ସ୍ମରଣୀୟ ଶତକ ଏବଂ ଅଧିନାୟକ ଟେମ୍ବା ବାଭୁମାଙ୍କ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ୨୭ ବର୍ଷ ପରେ ଦକ୍ଷିଣ ଆଫ୍ରିକା ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି । ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଗତ ସଂସ୍କରଣର ଚାମ୍ପିୟନ ଅଷ୍ଟ୍ରେଲିଆ ୨୮୨ ରନର ଟାର୍ଗେଟ ରଖିଥିଲା ।
ଡବ୍ଲ୍ୟୁଟିସିର ୩ଟି ସଂସ୍କରଣରେ ଯଥାକ୍ରମେ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଚାମ୍ପିୟନ ହୋଇଛନ୍ତି । ୫ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ଏହାକୁ ହାସଲ କରି ନେଇଥିଲା । ମାର୍କରାମ ୧୩୬ ଓ ବାଭୁମା ୬୬ ରନ କରିଥିଲେ । ଡେଭିଡ ବେଡିହହାମ ୨୧ ରନ କରି ଅପରାଜିତ ରହିଥିଲେ । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୨୧୨ ରନ ଜବାବରେ ଦକ୍ଷିଣ ଆଫ୍ରିକା ୧୩୮ ରନ କରିଥିଲା । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୧୮ ରନ କରିଥିଲା ।
Comments are closed.