Latest Odisha News

BREAKING NEWS

ଭାରତରେ କରୋନା ଭାଇରସର ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍

ନୂଆଦିଲ୍ଲୀ: ଭାରତରେ କରୋନାର ବ୍ରିଟେନ୍ ଷ୍ଟ୍ରେନ ପରେ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍ ଭାରିଆଣ୍ଟ ମିଳିଛି । ICMR ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି- ଫେବ୍ରୁଆରୀ ପ୍ରଥମ ସପ୍ତାହରେ କରୋନା ଭୂତାଣୁର ବ୍ରାଜିଲ୍ ଭାରିଆଣ୍ଟ ଚିହ୍ନଟ ହୋଇଛି । ତେବେ, ବ୍ରାଜିଲ୍ ଭାରିଆଣ୍ଟ ଉପରେ ଭ୍ୟାକ୍ସିନ୍ କେତେ ପ୍ରଭାବଶାଳୀ ତା’ର ଅନୁଧ୍ୟାନ କରାଯାଉଛି । ତା’ଛଡ଼ା ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍ ଠାରୁ ବ୍ରିଟେନ୍ ଭାରିଆଣ୍ଟ ଅଲଗା ବୋଲି ସେ ସୂଚନା ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ ଜଣଙ୍କ ଠାରେ କରୋନାର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଥିବା ଜଣାପଡ଼ିଛି । ସମସ୍ତ ଯାତ୍ରୀ ଓ ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ କରୋନା ଟେଷ୍ଟା କରାଯାଇଛି । ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହା ବାଦ୍ ଦେଶରେ ବ୍ରାଜିଲ୍ ଭାରିଆଣ୍ଟରେ ଗୋଟିଏ ମାମଲା ମିଳିଛି ।

ଏବେ ଯାଏ ବ୍ରିଟେନ୍ ଷ୍ଟ୍ରେନର ୧୮୭ଟି ମାମଲା ଦେଶରେ ଚିହ୍ନଟ କରାଯାଇଛି । ବ୍ରିଟେନ୍ ଭାରିଆଣ୍ଟ ସଂକ୍ରମିତଙ୍କ ମଧ୍ୟରୁ କାହାର ବି ମୃତ୍ୟୁ ହୋଇନାହିଁ । ସମସ୍ତ ପଜିଟିଭ୍ ମାମଲା କ୍ୱାରେଣ୍ଟାଇନରେ ଥିବାବେଳେ ଚିକିତ୍ସା ଚାଲିଛି । ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ମଧ୍ୟ ଆଇସୋଲେଟ୍ କରାଯାଇଛି । ବ୍ରିଟେନ୍ ଷ୍ଟ୍ରେନ୍ ଉପରେ ଭାରତର ଭ୍ୟାକ୍ସିନ୍ ପ୍ରଭାବ ଦେଖାଉଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି- ୟୁନାଇଟେଡ୍ କିଙ୍ଗଡମରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଲାଗି କରୋନାର ଆରଟି-ପିସିଆର୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ପଜିଟିଭ୍ ଚିହ୍ନଟ ଲୋକଙ୍କ ଜିନୋମ ଅନୁକ୍ରମଣ କରାଯାଉଛି । ଏହା ଏକ ଭଲ ରଣନୀତି । ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରୁ ଫେରୁଥିବା ଯାତ୍ରୀଙ୍କ ଲାଗି ଏହିଭଳି ରଣନୀତି ଆପଣାଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.