Latest Odisha News

ରିଙ୍କୁ ଶର୍ମାଙ୍କ ପରିବାରକୁ ୧ କୋଟି ଟଙ୍କା ଦେଲେ କପିଳ

ନୂଆଦିଲ୍ଲୀ:ବିଜେପି ନେତା କପିଳ ମିଶ୍ରା ଦିଲ୍ଲୀର ମଙ୍ଗୋଲପୁରୀକୁ ଯାଇ ରିଙ୍କୁ ଶର୍ମା ପରିବାରଙ୍କୁ ୧ କୋଟି ଟଙ୍କାର ଆର୍ଥୀକ ସହାୟତା ଯୋଗାଇଛନ୍ତି । ରିଙ୍କୁଙ୍କ ହତ୍ୟାକାଣ୍ଡକୁ ସେ ଆତଙ୍କବାଦୀ ଘଟଣା ସହ ତୁଳନା କରିଛନ୍ତି । କେତେକ ବ୍ୟକ୍ତି ଜାଣିଶୁଣି ରାମ ମନ୍ଦିର ଏବଂ ଜୟ ଶ୍ରୀରାମ ବିରୋଧରେ ଘୃଣାର ବାତାବରଣ ଖେଳାଉଛନ୍ତି । କଂଗ୍ରେସ ଏବଂ ଅର୍ବାନ ନକ୍ସଲ ଗ୍ୟାଙ୍ଗ ଦ୍ୱାରା ଏହି ଷଡଯନ୍ତ୍ର ରଚାଯାଉଛି ।

BjdElectrycity

ଜେହାଦୀମାନେ ରିଙ୍କୁ ମିଳିତ ଭାବେ ଆକ୍ରମଣ କରିବା ସହ ପିଠିରେ ଛୁରା ଭୂଷି ହତ୍ୟା କରିଥିଲେ । ସମସ୍ତେ ଏକତ୍ର ହୋଇ ଚଳିବା କେତେକ ରାଜନୀତି ପାର୍ଟି ଚାହୁଁ ନାହାନ୍ତି । ସେଥିପାଇଁ ସେମାନେ ଏଭଳି କୁତ୍ସିତ ରାଜନୀତି କରୁଛନ୍ତି । ୯୦୦୦ରୁ ଅଧିକ ଲୋକ ରିଙ୍କୁ ଶର୍ମାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ।

Leave A Reply

Your email address will not be published.