Latest Odisha News

BREAKING NEWS

ନୂଆବର୍ଷ ଲାଗି ଆଜି ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ …

ପୁରୀ: ନୂଆବର୍ଷରେ ହେବାକୁ ଥିବା ମାତ୍ରାଧିକ ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବୁଧବାର ସନ୍ଧ୍ୟାରେ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏକ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉଅଛି I

ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଥିବା ବେଳେ ଏହା ଉଭୟ ପଟୁ ଚଳାଚଳ କରିବ ବୋଲି ଜଣାପଡିଛି।

ଏହି ଟ୍ରେନ ପୁରୀ ଠାରୁ ସନ୍ଧ୍ୟା ୬ ଘଟିକାରେ ଛାଡ଼ି ବ୍ରହ୍ମପୁର ଯାତ୍ରା କରିବ I ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏହି ସ୍ୱତନ୍ତ୍ର ଟ୍ରେନ ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲଟ ମାନଙ୍କରେ ରହଣି କରିବ I

Leave A Reply

Your email address will not be published.