Latest Odisha News

BREAKING NEWS

ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ, ୪ ମୃତ

ନୂଆଦିଲ୍ଲୀ: ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀର ସୀମାପୁରୀରେ ଘଟିଥିବା ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ରାତି ପ୍ରାୟ ୨.୧୫ ରେ ଡିଟିସି ଡିପୋ ରେଡଲାଇଟ ନିକଟରେ ଥିବା ଡିଭାଇଡରରେ କିଛି ଲୋକ ଶୋଇଥିଲେ। ଠିକ୍ ସେତିକିବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ହସ୍ପିଟାଲକୁ ନେବା ବେଳେ ବାଟରେ ମୃତ୍ୟୁ ଘଟିଛି।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଟ୍ରକ ସହିତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୫୨ ବର୍ଷିୟ କରିମ, ୨୫ ବର୍ଷିୟ ଛୋଟେ ଖାନ, ୩୮ ବର୍ଷିୟ ଶାହ ଆଲାମ ଏବଂ ୪୫ ବର୍ଷିୟ ରାହୁଲ ଅଛନ୍ତି। ଦୁଇ ଆହତ ହେଲେ ୧୬ ବର୍ଷିୟ ମନୀଷ ଏବଂ ୩୦ ବର୍ଷିୟ ପ୍ରଦୀପ। ସମ୍ପୃକ୍ତ ଗାଡିକୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଦିଲ୍ଲୀ ପୋଲିସ କହିଛି ଯେ ସଂପୃକ୍ତ ବିଭାଗ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି।

Leave A Reply

Your email address will not be published.