Latest Odisha News

BREAKING NEWS

ଦିନ ୧୧ ରୁ ୩ଟା ମଧ୍ୟରେ ବାହାରେ କାମ କରିବେନି ଶ୍ରମିକ, ଚିଠି ଲେଖି ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର: ପ୍ରଚଣ୍ଡ ଖରା ତାତିରେ ସିଜୁଛନ୍ତି ରାଜ୍ୟବାସୀ । ସକାଳ ୮ଟାରୁ ଖରାର ପ୍ରକୋପ ଏତେ ଅଧିକ ରହୁଛି ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏହାକୁ ନଜରରେ ରଖି ଶ୍ରମିକଙ୍କୁ ଖରାରେ କାମ କରାଇବାକୁ କଡାକଡି ଭାବେ ବାରଣ କରାଯାଇଛି । ଖରାରେ ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ।

ତେବେ ଦିନ ୧୧ଟା ରୁ ୩ଟା ଭିତରେ ବାହାରେ କାମ ନ କରିବାକୁ ଚିଠିରେ କୁହାଯାଇଛି । ନିର୍ଦ୍ଦେଶର ଅବମାନନା କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଆଜିଠୁ ଆସନ୍ତା ୫ ଦିନ ଯାଏଁ ତାପମାତ୍ରା ୪ରୁ ୬ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଥିବା ନେଇ ସତର୍କ କରାଯାଇଛି । ଗ୍ରୀଷ୍ମପ୍ରବାହ ନେଇ କଟକ, ନୟାଗଡ, ଢେଙ୍କାନାଳ, ଭଦ୍ରକ ଓ ଯାଜପୁର ଆଦି ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଆଜି ମଧ୍ୟ ରାଜ୍ୟରେ ସର୍ବାଧିକ ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି ।

Leave A Reply

Your email address will not be published.