Latest Odisha News

BREAKING NEWS

ଆଇପିଏଲ: ବିସିସିଆଇ ଜାରି କଲା ନିର୍ଦ୍ଦେଶନାମା, ଷ୍ଟାଡିୟମର ଫଟୋ ଓ ଭିଡିଓ ମନଇଚ୍ଛା ଶେୟାର କରିପାରିବେନି

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଳି, ଭାଷ୍ୟକାର ଓ ଅନ୍ୟମାନେ ମନଇଚ୍ଛା ଷ୍ଟାଡିୟମର ଫଟୋ ଓ ଭିଡିଓ ଶେୟାର ନ କରିବା ପାଇଁ ବିସିିସିଆଇ ନିର୍ଦ୍ଦେଶନାମା ଜାରର କରିଛି । ଏ ପର୍ଯ୍ୟନ୍ତ ଆଇପିଏଲରେ ୨୯ ମ୍ୟାଚ ଖେଳା ଯାଇ ସାରିଛି । ଏଥର ଖେଳାଳିଙ୍କଠାରୁ ଆରମ୍ଭ କରି ଭାଷ୍ୟକାରମାନେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଶେୟାର କରୁଛନ୍ତି । ଏଥିଯୋଗୁ ବ୍ରଡକାଷ୍ଟ ରାଇଟ ହୋଲ୍ଡର୍ସଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଥର ଯଦି କିଏ ନିୟମ ବିରୋଧରେ କିଛି ଶେୟାର କରେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏପରିକି ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ ।

ନିକଟରେ ଭାରତୀୟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ କଂମେଂଟ୍ରି ଅବସରରେ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ତାଙ୍କର ୧ ମିଲିୟନରୁ ଅଧିକ ଫଲୋର୍ସ ଥିବାରୁ ବ୍ରଡକାଷ୍ଟରଙ୍କୁ ଅସୁବିଧା ହୋଇଥିଲା । କିଛି ସମୟ ପରେ ବିସିସିଆଇର ଜଣେ ଷ୍ଟାଫ ତାଙ୍କୁ ଏହି ଫଟୋ ଡିଲିଟ କରିବାକୁ କହିଥିଲେ । ସେ ଏହାକୁ ଡିଲିଟ କରିଥିଲେ । ସୂଚନାଯୋଗ୍ୟ, ଷ୍ଟାର ଇଣ୍ଡିଆ ଓ ଭାୟକମ ୧୮ଙ୍କ ନିକଟରେ ଡିଜିଟାଲ ରାଇଟ୍ସ ରହିଛି । ଫ୍ରାଂଚାଇଜମାନଙ୍କୁ ମଧ୍ୟ ମନଇଚ୍ଛା ଫଟୋ ଓ ଭିଡିଓ ଶେୟାର କରିବାକୁ ମନା କରାଯାଇଛି ।

Leave A Reply

Your email address will not be published.