Latest Odisha News

BREAKING NEWS

ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ଏପ୍ରିଲ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିଲା ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ଚତୁର୍ଥ ଥର ପାଇଁ ଦାଖଲ ହୋଇଥିବା ଜାମିନ ଆବେଦନ ଶୁଣାଣି ଏପ୍ରିଲ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ  ନିଷ୍ପତ୍ତି ନେଇଛି ଦିଲ୍ଲୀ କୋର୍ଟ । ସୋମବାର ଦିନ ଶୁଣାଣି ସମାପ୍ତ ହୋଇସାରିଛି । ସ୍ପେଶାଲ ଜଜ କାଭେରୀ ବାବେଜା ଏହି ମାମଲାର ଶୁଣାଣି କରିଥିଲେ । ସିସୋଦିଆଙ୍କ ଓକିଲ ଜଜ କାଭେରୀ ଙ୍କୁ ସୂଚାଇ ଦେଇଛନ୍ତି ଯେ ଦିଲ୍ଲୀର ଏକ୍ସାଇଜ୍ ପଲିସି ମାମଲାରେ ଗିରଫ ହେବା ପରେ ସିସୋଦିଆ ଏକ ବର୍ଷରୁ ଅଧିକ ସମୟ ଜେଲରେ ରହିଛନ୍ତି। ମନୀଷ ସିସୋଦିଆଙ୍କୁ ୨୬ ଫେବୃଆରୀରେ ସିବିଆଇ ଗିରଫ କରିଥିଲା। ଏହା ପରେ ଇଡି ମଧ୍ୟ ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରିଥିଲା।

ସିସୋଦିଆ  ଜାମିନ ପାଇଁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କକୁ ଯାଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ରିଲିଫ ମିଳିନାହିଁ। ଲୋକସଭା ନିର୍ବାଚନରେ ​​ପ୍ରଚାର ପାଇଁ ମନୀଷ ସିସୋଦିଆ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦ରେ ହେବ । ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ ରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୨୫ ରେ ଦିଲ୍ଲୀର ସମସ୍ତ ୭ ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଅନ୍ୟପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ଜେଲରେ ଅଛନ୍ତି । ତେବେ ଜେଲରେ ଥିବା ସିସୋଦିଆଙ୍କୁ କୋର୍ଟ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛି। ଏହି ସମୟ ମଧ୍ୟରେ ପୋଲିସର ଉପସ୍ଥିତିରେ ସେ ତାଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କୁ ଭେଟି ପାରିବେ। କିନ୍ତୁ ଗଣମାଧ୍ୟମ ସହ କଥା ହେବାକୁ ଅନୁମତି ଦିଆଯାଇ ନାହିଁ।

Leave A Reply

Your email address will not be published.