Latest Odisha News

BREAKING NEWS

ଶ୍ରୀନ୍ଦିର ମୁଖ୍ୟ ପ୍ରଶାସକ ବଦଳିଲେ: ପ୍ରଦୀପ ଜେନାଙ୍କ ବଦଳରେ ପ୍ରଦୀପ୍ତ ମହାପାତ୍ର ନେଲେ ଦାୟିତ୍ୱ

ଭୁବନେଶ୍ୱର / ପୁରୀ : ବଦଳିଲେ ପୁରୀ ଶ୍ରୀନ୍ଦିର ମୁଖ୍ୟ ପ୍ରଶାସକ । ଏହି ପଦବୀରେ ରହିଥିଲେ ପ୍ରଦୀପ ଜେନା କିନ୍ତୁ ସରକାର ତାଙ୍କ ସ୍ଥାନରେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ।

ବର୍ତ୍ତମାନ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ପ୍ରମୁଖ ସଚିବ ରୂପେ ଅବସ୍ଥାପିତ ରହିଛନ୍ତି ଶ୍ରୀଯୁକ୍ତ ମହାପାତ୍ର । ଏହି ବିଭାଗ ସହିତ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପରି ଗୁରୁ ଦାୟିତ୍ୱ ମଧ୍ୟ ଦିଆଯାଇଛି । ତେବେ ନୂଆ ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ମହାପାତ୍ର ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ରହିଥିଲେ ।

ଏବେ ରତ୍ନଭଣ୍ଡାର ଚାବି ହଜିବା ନେଇ ରାଜ୍ୟରେ ବେଶ୍ ହଟଚମଟ ଚାଲିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନରେ ବଦଳି ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଯାହାବି ହେଉ ଶ୍ରୀମନ୍ଦିର ପ୍ରଶାସନ ନିଜର ଦାୟିତ୍ୱ ଠିକ୍ ରୂପେ ପରିଚାଳନା କରିବାକୁ ସାଧାରଣରେ ଆଶା ପ୍ରକାଶ ପାଇଛି ।

Leave A Reply

Your email address will not be published.