Latest Odisha News

BREAKING NEWS

ଆଜିଠୁଁ ଓଡ଼ିଶାରେ ଆରମ୍ଭ ହେଲା ଅନଲାଇନ୍ +୩ ଇ-ଆଡ଼ମିସନ୍

ଭୁବନେଶ୍ୱର : ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଆଜିଠାରୁ ଅନଲାଇନ୍ ମାଧ୍ୟରେ +୩ ଇ-ଆଡ଼ମିସନର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ବାର୍ଷିକ +୨ ପାସ କରିଥିବା ପରେ ଆଜିଠୁଁ ଅନଲାଇନ ମାଧ୍ୟମରେ ଆଡ଼ମିସନ୍ କରିପାରିବେ ।

ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ, ଆଜି ସକାଳ ୬ଟା ପରଠାରୁ www.dheodisha.gov.in ଓ www.samsodisha.gov.in ଉପଲବ୍ଧ ୱେବସାଇଟରେ ଅନଲାଇନ ଦରଖାସ୍ତ ଫର୍ମ ପୂରଣ କରି +୩ ଡ଼ିଗ୍ରୀ ପାଠ୍ୟକ୍ରମ ଲାଗି ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅନଲାଇନ ମାଧ୍ୟମରେ ଦରଖାସ୍ତ ଫର୍ମ ଆସନ୍ତା ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି ।

ବାର୍ଷିକ ଅନଲାଇନ ଦରଖାସ୍ତ ଫର୍ମ ଷ୍ଟୁଡ଼େଣ୍ଟ ଏକାଡ଼େମିକ ମ୍ୟାନେଜମେଣ୍ଟ ସିଷ୍ଟମ (ଏସଏଏମଏସ) ସକାଳ ୧୦ଟା ପରେ ଉପଲବ୍ଧ ହୋଇପାରିବ ।

ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ତାଲିକା ଆସନ୍ତା ଜୁଲାଇ ୩ ତାରିଖରେ ପ୍ରକାଶିତ ହୋଇ ଜୁଲାଇ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଆଡ଼ମିଶନ ପଦ୍ଧତି ସୂଚାରୁରୂପେ ଅନୁଷ୍ଠିତ ହେବ । ୨ୟ ମେରିଟ ତାଲିକା ଜୁଲାଇ ୧୧ ତାରିଖରେ ପ୍ରକାଶିତ ହେବାପରେ ଜୁଲାଇ ୧୨ ଓ ୧୩ ତାରିଖରେ ଆଡ଼ମିଶନ ହେବ । ବାକିରହିଥିବା ଆଡ଼ମିଶନ ଜୁଲାଇ ୧୬ ଓ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ।

ଅନଲାଇନରେ ଆବେଦନ କରିବା ପୂର୍ବରୁ କମନ ପ୍ରସପେକ୍ଟସ ସଂଗ୍ରହ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.