Latest Odisha News

BREAKING NEWS

ଶ୍ରୀଲଙ୍କା ଜେଲରେ କରୋନା ବ୍ୟାପିବା ଗୁଜବ: ୮ ମୃତ, ୫୦ ଆହତ

କଲମ୍ବୋ:କରୋନା ମହାମାରୀ ବ୍ୟାପିବା ଗୁଜବରେ ଶ୍ରୀଲଙ୍କାର ମହାରା ଜେଲରେ ଦଙ୍ଗା ପରିସ୍ଥିତି ଉପୁଜିଥିଲା । କୈଦୀମାନେ ପରସ୍ପର ସହ ସଂଘର୍ଷରେ ମାତି ଯାଇଥିଲେ । ଏହା ଭୟାବହ ସଂଘର୍ଷରେ ୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ରିପୋର୍ଟ ମୁତାବକ ଜେଲରେ କରୋନା ବ୍ୟାପିବା ଗୁଜବ ହୋଇଥିଲା ।

ଫଳରେ ଭୟରେ କୈଦୀମାନେ ଜେଲ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଏହା ପରେ ଜିଲା ପ୍ରଶାସନ ସେମାନଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା । ଶେଷରେ ପୋଲିସ କଠୋର ପନ୍ଥା ଅବଲମ୍ବନ କରି ଏହାକୁ ରୋକିଥିଲା । ମାତ୍ର ତାହା ମଧ୍ୟରେ ରକ୍ତର ଛିଟା ବିନା କାରଣରେ ଜେଲରେ କାନ୍ଥରେ ଲାଗି ସାରିଥିଲା ।

Leave A Reply

Your email address will not be published.