Latest Odisha News

BREAKING NEWS

ବିଜେଡିର ୧୧୭ ବିଧାୟକଙ୍କ ସହ ଯୋଗାଯୋଗରେ ଅଛୁ: ମନମୋହନ ସାମଲ

ଭୁବନେଶ୍ୱର: ସରକାରୀ ଭାବରେ ରାଜ୍ୟରେ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାରି ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ଶାସକ ଦଳର ଅନେକ ବିଧାୟକ ଅସନ୍ତୁଷ୍ଚ ରହିଛନ୍ତି ତାଙ୍କ ସହ ବିଜେପି ଯୋଗାଯୋଗରେ ରହିଛି।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ୧୧୭ ବିଜେଡି ବିଧାୟକଙ୍କ ସହ ଦଳ ଯୋଗାଯୋଗରେ ରହିଛି। ଅନେକ ବିଧାୟକ ଅସନ୍ତୁଷ୍ଟ ରହିଛନ୍ତି। ସମସ୍ତ ବିଧାୟକଙ୍କ ସହ ଯୋଗାଯୋଗରେ ରହିଛୁ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଗାମୀ ଦିନରେ ବିଜେପି ସରକାର ଗଢିବ ବୋଲି ଦାବି କରି ଆସୁଛି। କେନ୍ଦ୍ର ନେତା ମାନେ ଲୋକସଭା  ଆସନ ଉପରେ ନଜର ରଖି ଘନ ଘନ ଗସ୍ତ କରି ଦିଲ୍ଲୀକୁ ରିପୋର୍ଟ ଦେଉଛନ୍ତି। ସେହିପରି ବିଧାନସଭା ଆସନ ଉପରେ ମଧ୍ୟ ବିଜେପି ନଜର ରଖିଛି। ନିକଟରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ବୈଠକରେ ବିଜେଡି ମୁକ୍ତ ଓଡ଼ିଶା ପାଇଁ ଦଳ ସଂକଳ୍ପ ନେଇଥିବା କୁହାଯାଉଛି।

ଯଦିଓ ନିର୍ବାଚନ ଆସିଲେ ନେତା ଅନେକ ବୟାନବାଜି କରନ୍ତି । ଯାହା ସତରେ ପରିଣତ ହେବାର କ୍ୱଚିତ ଉଦାହରଣ ରହିଛି ଖାସ କରି ବିଜେପି କ୍ଷେତ୍ରରେ।

ତେବେ ମନମୋହନ ସାମଲଙ୍କ ପ୍ରତିକ୍ରିୟା ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.