Latest Odisha News

BREAKING NEWS

ଅକ୍ସିଜେନ୍ ପାଇଁ ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ବର : ରାଜ୍ୟରେ ଅକ୍ସିଜେନ୍ ପାଇଁ ଗଠନ ହେଲା ଟାସ୍କ ଫୋର୍ସ । ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ଗଠିତ ହୋଇଥିବା ଏହି ଟାସ୍କ ଫୋର୍ସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ଓ ବିତରଣର ତଦାରଖ କରିବ ଟାସ୍କ ଫୋର୍ସ । ମେଡିକାଲ ଅକ୍ସିଜେନ୍ ଉପରେ ଦୀର୍ଘମିଆଦି ଯୋଜନା କରିବ ଟାସ୍କଫୋର୍ସ । ରାଜ୍ୟରେ କିପରି ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧି ପାଇବ ସେନେଇ ପଦକ୍ଷେପ ନେବ ଟାସ୍କ ଫୋର୍ସ । ସେହିପରି ଅକ୍ସିଜେନ୍ ରିଫିଲିଂ କ୍ଷମତା ବୃଦ୍ଧି କରିବାକୁ ଗୁରୁତ୍ବ ଦିଆଯିବ ।

Leave A Reply

Your email address will not be published.