Latest Odisha News

BREAKING NEWS

ଭଗବାନ ରାମଙ୍କ ଶୋଭା ଯାତ୍ରା ଉପରେ ପଥର ମାଡ଼; ଲୁହବୁହା ଗ୍ୟାସ ପ୍ରୟୋଗ କରି ୧୫ ଜଣଙ୍କୁ ଅଟକ ରଖିଲା ପୋଲିସ

ଅହମଦାବାଦ: ଗୁଜୁରାଟର ମେହସାନା ଜିଲ୍ଲାରେ ଭଗବାନ ରାମଙ୍କ ଶୋଭାଯାତ୍ରା ଉପରେ ପଥର ମାଡ଼ ହେବା ପରେ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଖେରାଲୁ ସହରରେ ଏହି ଘଟଣା ଘଟିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୩ଟି ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି ବୋଲି ପୁଲିସ ମହାନିରୀକ୍ଷକ ବୀରେନ୍ଦ୍ର ସିଂହ ଯାଦବ କହିଛନ୍ତି।

ଘଟଣାସ୍ଥଳରେ କୁମ୍ବିଂ ଅପରେସନ୍ ପରେ ୧୫ ଜଣଙ୍କୁ ଅଟକ ରଖାଯାଇଛି। ଶୋଭା ଯାତ୍ରାରେ ଯୋଗ ଦେଇଥିବା ପୁଲିସ କର୍ମଚାରୀମାନେ କୌଣସି (ପରବର୍ତ୍ତୀ) ଘଟଣାକୁ ଏଡ଼ାଇବା ପାଇଁ ତୁରନ୍ତ ପଦକ୍ଷେପ ନେଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ବୋଲି ଆଇଜି କହିଛନ୍ତି। ପଥର ମାଡ଼ରେ କେହି ଗୁରୁତର ଆହତ ହୋଇନଥିବା ଜଣାପଡିଛି।

ଘଟଣାସ୍ଥଳରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଏବଂ ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ ଜୋରଦାର କରାଯାଇଛି ବୋଲି ଯାଦବ କହିଛନ୍ତି।

Leave A Reply

Your email address will not be published.