Latest Odisha News

ଏୟାର ଇଣ୍ଡିଆ ଦେବ ୩୦ ଲକ୍ଷ ଫାଇନ୍

ମହାରାଷ୍ଟ୍ର: ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଫାଇନ । ଏହି ଫାଇନ୍ ଲଗାଇଛନ୍ତି ଡିଜିଏସ ବିମାନ ସେବା ପ୍ରଦାନକାରୀ ସଂସ୍ଥା । ଏୟାର ଇଣ୍ଡିଆରେ ହ୍ବିଲ ଚେୟାର ନଥିବାର ଆଇନ ଉଲ୍ଲଂଘନ କରିଥିଲା । ଯାହାର ଜରିମାନାରେ ଏହି ମୋଟା ଅଙ୍କର ଫାଇନ ଲଗାଇଛି ଡିଜିଏସ । ଏହା ପୂର୍ବରୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା । ୭ ଦିନ ଭିତରେ ଜବାବ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ଡିଜିଏସ । ଏହା ପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବିମାନରେ ଜଣେ ୮୦ ବର୍ଷିୟ ଯାତ୍ରୀଙ୍କ ହ୍ୱିଲ ଚେୟାର ମିଳିନଥିଲା । ମୃତ୍ୟୁ ଘଟଣାରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଡିଜିଏସ । ଏୟାର ଇଣ୍ଡିଆ ବିମାନରୁ ଟର୍ମିନାଲ ବିଲ୍ଡିଂ ଯାଏ ଚାଲି ଚାଲି ଆସିବାକୁ ବାଧ୍ୟ୍ୟ ହୋଇଥିଲେ ମହିଳା । ଯାହା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ମୃତ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ସହ ନ୍ୟୁୟର୍କରୁ ମୁମ୍ବାଇ ଆସୁଥିଲେ ।

ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଥିଲା କି ମୃତକ ମହିଳାଙ୍କ ସ୍ବାମୀ ହ୍ୱିଲ ଚେୟାର ପାଇଁ ଅପେକ୍ଷା କରିନଥିଲେ । ଯାତ୍ରୀଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା । ଦୁର୍ଘଟଣା ପରେ ମହିଳାଙ୍କୁ ତୁରନ୍ତ ଏୟାରପୋର୍ଟ ମେଡିକାଲ ଟିମ୍ ତାଙ୍କ ଚିକିତ୍ସା କରିଥିଲେ । ଏହା ପରେ ତାଙ୍କୁ ନିକଟରେ ଥିବା ଡାକ୍ତରଖାନକୁ  ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।   ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ବୟାନରେ ସନ୍ତୋଷଜନକ ଭାବେ ଉତ୍ତର ପାଇନଥିବାରୁ  ସଂସ୍ଥା ଉପରେ ଡିଜିଏସ ପକ୍ଷରୁ ୩୦ ଲକ୍ଷ ଟଙ୍କା ଫାଇନ ଲାଗୁ କରାଯାଇଛି । ସେହିପରି ସବୁ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଯାତ୍ରୀଙ୍କ ପାଇଁ ଆବଶ୍ୟକ ହ୍ୱିଲ ଚେୟାର ରଖିବାକୁ ସଂସ୍ଥାକୁ କହିଛି ।

Leave A Reply

Your email address will not be published.