Latest Odisha News

ଜାପାନରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ

ଟୋକିଓ:ଆଜି ଏକ ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ଜାପାନ। ଜାପାନର ହୋକାଇଡୋ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା। ଜାପାନ ପାଣିପାଗ ସଂସ୍ଥା (JMA) ଭୂମିକମ୍ପକୁ ନିଶ୍ଚିତ କରି କହିଛି ଯେ, ଗୁରୁବାର (ଜୁନ୍ ୧୯) ଜାପାନର ହୋକାଇଡୋ ଅଞ୍ଚଳର ନେମୁରୋ ଉପଦ୍ୱୀପର ଦକ୍ଷିଣ-ପୂର୍ବ ଉପକୂଳରେ ଭୂମିକମ୍ପ ହୋଇଥିଲା।

ଭୂମିକମ୍ପର କେନ୍ଦ୍ରସ୍ଥଳ ୪୨.୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୪୬.୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ। ସୂଚନାଥାଉକି, ଏପର୍ଯ୍ୟନ୍ତ ସୁନାମି ଚେତାବନୀ ଜାରି କରାଯାଇ ନାହିଁ । କିନ୍ତୁ ଭୂମିକମ୍ପର ଶକ୍ତିଶାଳୀ ଝଟକା ଯୋଗୁଁ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ତେବେ କୌଣସି ଆହତ କିମ୍ବା ଗୁରୁତ୍ୱପୂର୍ଣ୍ଣ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ ।

ସୂଚନାଥାଉକି, ୨୦୧୧ ମସିହାରେ ୯ ତୀବ୍ରତାର ଏକ ଭୂମିକମ୍ପ ଯୋଗୁଁ ସୁନାମି ଆସିଥିଲା ​​ଏବଂ ଜାପାନରେ ୧୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା।

 

Comments are closed.