ସମୟ ଯେତେ ଯାଉଛି ଏମ୍ସରେ ଚିକିତ୍ସାଧୀନ ଥିବା ଛାତ୍ରୀଙ୍କ ଅବସ୍ଥା ସେତେ ଖରାପ ହେଉଛି । ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏଫଏମ କଲେଜର ଛାତ୍ରୀଙ୍କସ୍ୱସ୍ଥା ଏବେ ଶଙ୍କଟାପନ୍ନ ରହିଥିବା କୁହାଯାଇଛି । ନିଆରେ ପୋଡିହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଉ ସେ ମେଡିକାଲରେ ଭର୍ତ୍ତି ହେବା ପରେ ଶରୀରର ଅଧିକାଂଶ ଅଙ୍ଗ ପୋଡି ଯାଇଥିବା ସୂଚନା ମିଳିଛି । ଗତକାଲିଠାରୁ ଆଜି ବି ସ୍ଥିତି ସଙ୍ଗୀନ ରହିଛି । ତେଣୁ ଆଗାମୀ ୭୨ ଘଣ୍ଟା ଛାତ୍ରୀଙ୍କ ।ପଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ପୀଡିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତମାନେ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ଗତକାଲିଠାରୁ ଆଜି ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି କୁହାଯାଇ ପାରିବ ନାହିଁ ବୋଲି ଏମ୍ସ ଅଧିକ୍ଷକ କହିଛନ୍ତି । ଆଜି ସକାଳୁ ଟିକିଏ ଟେମ୍ପରେଚର ଆସିଛି । ଆଉ ତାଙ୍କୁ ଆଣ୍ଟିବାୟୋଟିକ୍ସ ଦିଆଯାଉଛି ବୋଲି ସେ କହିଛନ୍ତି । ୩ଦିନ ତଳେ ଏଫଏମ କଲେଜର ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏଭଳି କରିବା ଆଗରୁ ସେ ଶିକ୍ଷାମନ୍ତ୍ରୀ, ସାଂସଦଙ୍କୁ ଜଣାଇଥିଲେ । ତାଙ୍କ ଶରୀରର ଏବେ ୯୫ ପ୍ରତିଶତ ପୋଡିଯାଇଛି । ଅଧିକାଂଶ ଅଙ୍ଗ ବହୁତ କ୍ରିଟିକାଲ ସ୍ଥିତିରେ ଥିବା କୁହାଯାଇଛି । ଛାତ୍ରୀ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କୁ ବଂଚାଇବା ପାଇଁ ଡାକ୍ତରମାନେ ଲାଗିପଡିଛନ୍ତି । ସେପଟେ ଛାତ୍ରୀଙ୍କ ଏଭଳି ଅବସ୍ଥା ହୋଇଥିବାରୁ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ଛାତ୍ରୀ ଜଣଙ୍କ ଜଣାଇବା ପରେ ମଧ୍ୟ କାହିଁକି ଏମିତି ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ।
BREAKING NEWS
- ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକଙ୍କ ପାଖରେ କୋଟିକୋଟି ସମ୍ପତି, ଗିରଫ କଲା ଭିଜିଲାନ୍ସ
- ମୁକେଶ ଅମ୍ବାନୀଙ୍କୁ କାହିଁକି ‘ପ୍ରଧାନମନ୍ତ୍ରୀ’ କହିଲେ ଏଲନ ମସ୍କ…
- CJPର ଆନ୍ଦୋଳନ ପୂର୍ବରୁ ବିମାନରୁ ଅଭିଜିତଙ୍କୁ ଟେକିନେଲା ପୋଲିସ
- ଶକ୍ତିଶାଳୀ ଭୂକମ୍ପରେ ଥରିଲା ପାନାମା; ସୁନାମି ଆଲର୍ଟ ଜାରି…
- ମହଙ୍ଗା ପଡିଲା ସାପ ସହ ରିଲ୍ସ; ନାଗ ଚୋଟରେ ଗଲା ଯୁବକଙ୍କ ଜୀବନ
- ୯.୨୪ କୋଟିର ସରକାରୀ ପାଣ୍ଠି ଆତ୍ମସାତ୍; ଆଉ ୩ ଗିରଫ
- ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଭଦ୍ରକ କଲେଜରେ ସାଇନ୍ ଡାଏ
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…

Comments are closed.