Latest Odisha News

BREAKING NEWS

ଅନନ୍ତନାଗ, ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: ୨ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ଓ ଶ୍ରୀନଗରରେ ଆତଙ୍କବାଦୀମାନେ ପୁଣି ଦୁଃସାହସ କରିଛନ୍ତି । ବୁଧବାର ସନ୍ଧ୍ୟାବେଳେ ୨ଟି ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୋଲିସ ଅଧିକାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି । ରିପୋର୍ଟ ମୁତାବକ ଆତଙ୍କବାଦୀ ସେହି ସ୍ଥାନ ଛାଡି ଖସି ଯାଇପାରି ନାହାନ୍ତି ।

ଅନନ୍ତନାଗ ବିଜବେହେରା ସହରରେ ଆତଙ୍କବାଦୀମାନେ ସବ ଇନ୍ସପେକ୍ଟର ମହମ୍ମଦ ଅଶ୍ରଫଙ୍କ ଉପରକୁ ଗୁଳିମାଡ କରିଥିଲେ । ତାଙ୍କୁ ସୁରକ୍ଷାକର୍ମୀମାନେ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ସେ ମୃତ୍ୟୁବରଣ କରିଥିଲେ । ସେହିପରି ଶ୍ରୀନଗରରେ ଆତଙ୍କବାଦୀଙ୍କ ଆକ୍ରମଣରେ ରୌଫ ଅହମ୍ମଦଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.