Latest Odisha News

BREAKING NEWS

[ଭିଡିଓ] ସୋସିଆଲ୍ ମିଡିଆରେ ବିରାଟ କୋହଲିଙ୍କ ନୂଆ ଖୁଲାସା

ଭୁବନେଶ୍ୱର: ବିଶ୍ୱର ସବୁଠୁ ଚର୍ଚ୍ଚିତ କ୍ରିକେଟର୍ ତଥା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ଏହି ଖାସ ଖେଳାଳିଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସିଥାଏ । ତେବେ ବିରାଟ ବ୍ଲାକ ୱାଟର୍ ସେବନ କରିବା ସହ ତାଙ୍କ ପ୍ରାଇଭେଟ୍ ଜେଟ୍ ଥିବା ନେଇ ଚର୍ଚ୍ଚା ଖୁବ ପୁରୁଣା । ଏହି ଦୁଇଟି ଚର୍ଚ୍ଚା କେତେଦୂର ସତ, ସେ ନେଇ ନିକଟରେ ଖୋଦ ବିରାଟ ସୋସିଆଲ୍ ମିଡିଆରେ ଖୁଲାସା କରିଛନ୍ତି ।

ନିଜ ଟୁଇଟର୍ ଆକାଉଣ୍ଟରେ ବିରାଟ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଅନେକ ମଜାଦାର ପ୍ରଶ୍ନର ଉତ୍ତର ଦେବା ସହ କିଛି ଗୁଜବର ଖୁଲାସା ମଧ୍ୟ କରିଛନ୍ତି । ଭିଡିଓରେ ସେ ବ୍ଲାକ୍ ୱାଟର୍ ନୁହେଁ, ବରଂ ଆଲକାଲାଇନ୍ ପାଣି ପିଉଥିବା ନେଇ ସ୍ପଷ୍ଟ କରିଥିଲେ । ସେହିଭଳି ସେ କୌଣସି ପ୍ରାଇଭେଟ୍ ଜେଟ୍ କିଣିନଥିବା ମଧ୍ୟ ପ୍ରକାଶ କରିଥିଲେ ।

ପୁମା କମ୍ପାନୀର ଏକ ବିଜ୍ଞାପନ ସୁଟ୍ ଅବସରେ ବିରାଟ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ବେଶ କିଛି ଜଣାଅଜଣା କଥା ସାମ୍ନାକୁ ଆଣିଛନ୍ତି । ହିଲିଅମ୍ ବେଲୁନ ଗ୍ୟାସ ସେବନ କରି ପ୍ରଶ୍ନୋତ୍ତର ଅବସରେ ବିରାଟ ଖୁବ ମନ ଖୋଲି ହସିଥିଲେ । ବର୍ତ୍ତମାନ ସମୟରେ ବିରାଟ ଆସନ୍ତା ୨୬ ତାରିଖରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକାରେ ପ୍ରସ୍ତୁତି ଚଳାଇଛନ୍ତି । ଶେଷଥର ବିରାଟଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତ ୧-୨ ବ୍ୟବଧାନରେ ପରାସ୍ତ ହୋଇଥିଲା । ତେବେ ଚଳିତଥର ସେ ବିଜୟ ହାସଲ କରିବା ନେଇ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.