Latest Odisha News

BREAKING NEWS

ଜାତୀୟ ସବ ଜୁନିୟର ହକି: ଓଡିଶା ରନର୍ସଅପ

ରାଉରକେଲା: ଏଠାରେ ଅନୁଷ୍ଠିତ ଜାତୀୟ ସବ ଜୁନିୟର ହକିରେ ଓଡିଶା ରନର୍ସଅପ ହେବାକୁ ବାଧ୍ୟ ହୋଇଛି । ଫାଇନାଲରେ ଓଡିଶା ଅପେକ୍ଷାକୃତ ଶକ୍ତିଶାଳୀ ଉତରପ୍ରଦେଶ ନିକଟରୁ ୧-୭ ଗୋଲରେ ପରାଜିତ ହୋଇଛି । ଏଥିସହ ୟୁପି ଟିମ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି । ଲିଗ ପର୍ଯ୍ୟାୟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଓଡିଶା କିନ୍ତୁ ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କରିଥିଲା । ଦଳ ମୁକାବିଲା କରି ନ ପାରିବା ଚିନ୍ତାର କାରଣ ସାଜିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଓଡିଶା ୦-୨ ଗୋଲରେ ପଛୁଆ ଥିଲା । ଦ୍ୱିତୀୟାର୍ଦ୍ଧରେ ଘରୋଇ ଦଳ ଗୋଟିଏ ଗୋଲ ଦେଇଥିବା ବେଳେ ଆଉ ୫ଟି ଗୋଲ ଖାଇଥିଲା ।

ପ୍ରଦର୍ଶନ ଦୃଷ୍ଟି କୋଣରୁ ବିଚାର କଲେ ଗୋଆରେ ଅନୁଷ୍ଠିତ ଗତ ସଂସ୍କରଣରେ ଓଡିଶା ବ୍ରୋଞ୍ଜ ପାଇଥିବା ବେଳେ ଏଥର ରୌପ୍ୟ ପଦକ ହାସଲ କରିଛି । ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଘରୋଇ ପରିବେଶରେ ଓଡିଶା ଏକତରଫା ଭାବେ ପରାଜିତ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.