Latest Odisha News

BREAKING NEWS

ବ୍ୟବସାୟୀଙ୍କ ଘରେ ପଶି ଆତଙ୍କ ଖେଳାଇଲେ; ଖଣ୍ଡା, ତଲୱାର ଦେଖାଇ କଳା କନା ବୁଲାଇଲେ

ଭବାନୀପାଟଣା /କେସିଙ୍ଗା: ରାତି ଅଧରେ ଘରେ ପଶିଲେ । ଖଣ୍ଡ, ତଲୱାର ଦେଖାଇ ସମସ୍ତଙ୍କୁ ଚୁପ କରାଇ ଦେଲେ । ତା’ ପରେ ରଶିରେ ସମସ୍ତଙ୍କ ମୁହଁ, ଗୋଡ, ହାତ ବାନ୍ଧି ଦେଇ ଘରେ ଯାହା ଥିଲା ବୋହି ନେଲେ । ଏମିତି ଡକାୟତି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନଂ ୯ର ବିଶିଷ୍ଟ ବ୍ୟବସାୟୀ ସୁବାସ ଅଗ୍ରୱାଲଙ୍କ ବାସଭବନରୁ ଗତ କାଲି ମଧ୍ୟ ରାତି ସମୟରେ କିଛି ଦୁବୃର୍ତ୍ତ ଘରର ପଛ ପଟେ ଥିବା ରୋଷେଇ ଘର କବାଟ ଭାଙ୍ଗି ପଶିଥିଲେ । ସେମାନେ ପ୍ରାୟ  ୮ ରୁ ୯ ଜଣ ଥିଲେ ବୋଲି ପରିବାର ଲାେକ କହିଛନ୍ତି ।  ଦୁର୍ବୃତ୍ତମାନେ ଘର ଭିତରକୁ ପଶି ପରିବାର ସମସ୍ତ ଲୋକଙ୍କୁ ଖଣ୍ଡା ତଲବାର ଦେଖାଇ ଧମକ ଦେଇଥିଲେ । ପରେ ରଶିରେ ମୁଁହ, ଗୋଡ଼ ଓ ହାତ ବାନ୍ଧି ଦେଇଥିଲେ । ଏହା ପରେ ସାରା ଘର ଲୁଟି ନେଇଥିଲେ ।

ଡକାୟତମାନେ ନଗଦ ୬ ଲକ୍ଷ ଟଙ୍କା ସୁନା ଓ ରୂପା ଗହଣା ଚୋରି କରି ନେଇଥିବା ପରିବାର ଲାେକେ କହିଛନ୍ତି । ସୁବାସ ଅଗ୍ରୱାଲଙ୍କ କହିବା ଅନୁଯାୟୀ ଦୂର୍ବୁର୍ତ୍ତ ମାନେ ହିନ୍ଦୀ ଓ ବିହାରି ଭାଷାରେ କଥା ବାର୍ତ୍ତା ହେଉଥିଲେ ।

ସୁବାସ ଅଗ୍ରୱାଲ କେସିଙ୍ଗା ସହରର ଜଣେ ଜଣାଶୁଣା ବ୍ୟବସାୟୀ  । ତାଙ୍କର କେସିଙ୍ଗାରେ ଏକ କୃଷି ଯନ୍ତ୍ରପାତି କାରଖାନା ଅଛି । ଖବର ପାଇ କେସିଙ୍ଗା

ଆଇ ଆଇସି ସତ୍ୟକୁମାର ନନ୍ଦଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି ।  ଭବାନୀପାଟଣାରୁ ସାଇନଟିଫିକ ଟିମ୍ ଓ ସନ୍ଧାନି କୁକୁର ଆଣି ତଦନ୍ତ କରାଯାଉଛି । କେସିଙ୍ଗାରେ ଯାତାୟାତର ସମସ୍ତ ସୁବିଧା ଥିବାରୁ ବାହାର ରାଜ୍ୟ ଓ ଜିଲ୍ଲାରୁ ଚୋରମାନେ ଆସି ଚୋରି କରି ପଳାଇ ଯାଇଥିବା ଅନୁମାନ କରାଯାଉଛି । ତେଣୁ ଏଠାରେ ପୋଲିସର ରାତ୍ରି ପେଟ୍ରୋଲିଙ୍ଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଏଠି କହରଖିବୁ, କେସିଙ୍ଗା ଏକ ଆଦର୍ଶ ଥାନା ଓ ଏଠାରେ ଚୋରି ଡକାୟତି କମ ବୋଲି ପୁଲିସ କହୁଥିବା ବେଳେ ଡକାୟତ ମାନେ ପୋଲିସକୁ ଖୋଲାଖୋଲି ଚେଲେଞ୍ଜ କରୁଛନ୍ତି  ।

Leave A Reply

Your email address will not be published.