Latest Odisha News

BREAKING NEWS

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ଗାଁରେ ପଶିଲା ବନ୍ୟା ପାଣି

ମୟୂରଭଞ୍ଜ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି । ଫଳରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ନଦୀରେ ଜଳ ସ୍ତର ବଢିବା ପରେ ଗାଁର ୧୦୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ପାଣି ଘେରରେ ଅଛନ୍ତି । ଜଳ ବନ୍ଦୀ ଭିତରେ ରହିଛନ୍ତି ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳ ସାରସକଣା ବ୍ଲକର ନେଦା ଗାଁ ।

ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି  ଗ୍ରାମକୁ ଆସି ସ୍ଥିତି ସମୀକ୍ଷା କରିଛନ୍ତି । ବନ୍ୟା ମୁକାବିଲା ପାଇଁ ଏନଡିଆରଏଫ୍, ଓଡରାଫ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । ପାଣି ଘେର ଭିତରେ ଥିବା ଲୋକଙ୍କୁ ସକାଳେ ରିଲିଫରେ ଶୁଖିଲା ଖାଦ୍ୟ ଦିଆଯାଇଛି ।

ଏପଟେ ଲଗାଣବର୍ଷାରେ ବାଲେଶ୍ବର ସୁବର୍ଣ୍ଣରେଖାରେ ଜଳସ୍ତର ବଢିବାରେ ଲାଗିଛି। ରାଜଘାଟରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା । ବିପଦ ସଙ୍କେତ ୧୦.୩୬ ମି. ସଂଧ୍ୟା ୭ଟା ସୁଦ୍ଧା ଜଳସ୍ତର ୧୦.୮୮ ମି. ଥିଲା । ବାଲିଆପାଳର କୁଦମାନସିଂହ ଓ ଭୋଗରାଇର ଖଣାବାଡ଼ ଗାଁରେ ପଶିଲା ପାଣି ।

 

Comments are closed.