Latest Odisha News

BREAKING NEWS

କ୍ୟାପିଟାଲ ହସ୍ପିଟାଲରେ ହେବ ରାଜ୍ୟର ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର

ଭୁବନେଶ୍ବର: ଓଡ଼ିଶାରେ ହେବ ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର । ଖୁବଶୀଘ୍ର କ୍ୟାପିଟାଲ ହସ୍ପିଟାଲରେ କରାଯିବ ବ୍ୟବସ୍ଥା। ଆସନ୍ତା ମାସରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ନାର୍କୋ ଆନାଲିସିସ ଟେଷ୍ଟ। ଏଣିକି ଖର୍ଚ୍ଚାନ୍ତ ହୋଇ ପୁନେ ଯାଇ ଆଉ ନାର୍କୋ ଟେଷ୍ଟ କରିବାକୁ ପଡ଼ିବନି। ଏନେଇ ଆସି ସାରିଛି ସମସ୍ତ ମେସିନ। ଷ୍ଟେଟ ଫରେନ୍ସିକ ଲ୍ୟାବ ସହ ଗତକାଲି କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କ ବୈଠକ ହୋଇଥିବାବେଳେ, ଆଜି ମଧ୍ୟ ଟ୍ରେନିଂ ପାଇଁ ଯାଇଛନ୍ତି କ୍ୟାପିଟାଲ  ଆନାସ୍ଥେସିଆ ଓ ମାନସିକ ରୋଗ ବିଶେଷଜ୍ଞ।

କ୍ୟାପିଟାଲ ହସ୍ପିଟାଲ OT ରେ ନିଶା ଇଞ୍ଜେକସନ ଦେଇ ହେବ ଏହି ଟେଷ୍ଟ । ଯେହେତୁ ଏହି ଇଞ୍ଜେକସନର ପାର୍ଶ୍ଵ ପ୍ରତିକ୍ରିୟା ରହିଛି, ସେଥିପାଇଁ ଟ୍ରେନିଂ ଦିଆଯାଉଛି। ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ।

ସେ ଆହୁରି କହିଛନ୍ତି ଯେ, ମନ୍ତ୍ରୀ ନବଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡିଥିଲା । ଯେଉଁଥିପାଇଁ ସରକାରଙ୍କୁ ବହୁତ କଷ୍ଟ କରିବାକୁ ପଡିଥିଲା । କିନ୍ତୁ ଏବେ ଆଉ କୌଣସି ଅପରାଧୀର ନାର୍କୋ ଟେଷ୍ଟ ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବନି ।

ତେବେ ଏହି ନାର୍କୋ ଟେଷ୍ଟ ଗଣ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧରେ ଅପରାଧୀ ମାନଙ୍କ ଠାରୁ ସତ ଓଗାଳିବାକୁ କରାଯାଇଥାଏ । ଏହି ଟେଷ୍ଟ ପୋଲିସର ତଦନ୍ତ ଓ ସହଯୋଗ ପାଇଁ କରାଯାଇଥାଏ । ଯେଉଁଥିପାଇଁ ଉଭୟ ଅଭିଯୁକ୍ତ ଓ କୋର୍ଟଙ୍କ ଅନୁମତିର ଆବଶ୍ୟକ ହୋଇଥାଏ ।

Leave A Reply

Your email address will not be published.