Latest Odisha News

BREAKING NEWS

ସରଗରମ ସୁବର୍ଣ୍ଣପୁର ରାଜନୀତି; ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାଏ ଆପଣଉଛନ୍ତି ବିଭିନ୍ନ ପନ୍ଥା

ସୁବର୍ଣ୍ଣପୁର: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଦଳୀୟ ଶିବିର l ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୈତିକ ବାତ୍ତାବରଣ ଏଵେ ବେଶ ସରଗରମ ହୋଇ ଉଠିଛି l ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ନାମାଙ୍କନ ପାତ୍ର ଦାଖଲ ପରେ ନେତାଏ ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି l

ଭୋଟର ମାନଙ୍କୁ ନିଜ ସପକ୍ଷରେ ମତଦାନ କରିବା ପାଇଁ ବିଭିନ୍ନ ସଭା ସମିତି, ମୋଟର ସାଇକେଲ ଶୋଭାଯାତ୍ରା ଏବଂ ମିଶ୍ରଣ ପର୍ବ ଆଦି ଆୟୋଜନ କରୁଥିବା ଦେଖିବାକୁ ମିଳୁଛି l ଏହି ଅବସରରେ ତରଭା ବ୍ଲକ ଅଞ୍ଚଳରେ ବିଜେଡି ଏବଂ ବିଜେପି ପକ୍ଷରୁ ମାରାଥନ ପ୍ରଚାର କରାଯାଇଛି l ବଲାଙ୍ଗୀର ଲୋକସଭା ଆସନରୁ ବିଜେଡି ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ବିଧାନସଭା ପ୍ରାର୍ଥୀ ନିରଞ୍ଜନ ପୂଜାରୀ ପ୍ରଚାରକୁ ଜୋରଦାର କରୁଥିବା ବେଳେ, ବିଜେପି ପକ୍ଷରୁ ସାଂସଦ ପ୍ରାର୍ଥିନୀ ହୋଇଛନ୍ତି ସଂଗୀତା କୁମାରୀ ସିଂଦେଓ ।

ସେହିପରି ବିଧାନସଭା ପ୍ରାର୍ଥୀ ପ୍ରମୋଦ ମହାପାତ୍ର ନିଜ ସମର୍ଥକଙ୍କ ସହ ତରଭା ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଲିବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି l ତେବେ ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ଜନହିତକର ଯୋଜନାର ସଫଳ ରୂପାୟନ ସହିତ ମୋଦି ଗ୍ୟାରେଣ୍ଟି କୁ ଆଧାର କରି ବିଜେପି ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇଛି l

ଅନ୍ୟପଟେ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଭୋଟର ମାନଙ୍କ ଆଗରେ ଉପସ୍ଥାପନ କରି ଭୋଟରଙ୍କୁ ନିଜ ସପକ୍ଷରେ ମତଦାନ କରିବା ପାଇଁ ଜୋରଦାର ପ୍ରଚାର କରୁଛି ବିଜେଡି l

Leave A Reply

Your email address will not be published.