Latest Odisha News

BREAKING NEWS

୫୬.୪ ପ୍ରତିଶତ ରୋଗର କାରଣ ହେଉଛି ଅନହେଲଦି ଡାଏଟ

ନୂଆଦିଲ୍ଲୀ: ଅନହେଲଦି ଡାଏଟ ବା ଅସ୍ବାସ୍ଥ୍ୟକର ଖାଦ୍ୟ ଦେଶର ୫୬.୪ ପ୍ରତିଶତ ରୋଗର କାରଣ । ଏନେଇ ଆଇସିଏମଆର ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି । ଆଇସିଏମଆର ଦ୍ଵାରା ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଅତ୍ୟାବଶ୍ୟକ ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ଏବଂ ମେଦବହୁଳତା ଏବଂ ମଧୁମେହ ଭଳି ରୋଗ ରୋକିବା ପାଇଁ ୧୭ଟି ଡାଏଟାରୀ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ରିପୋର୍ଟରେ କୁହାଯାଇଛି, ସ୍ୱାସ୍ଥ୍ୟକର ରହିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଦିନରେ ୧,୨୦୦ ଗ୍ରାମ ଭୋଜନ ଆବଶ୍ୟକ। ଯାଦ୍ୱାରା ଜଣେ ବ୍ୟକ୍ତିଙ୍କୁ ୨,୦୦୦ କ୍ୟାଲୋରୀ ପ୍ରାପ୍ତ ହୋଇପାରିବ। ଥାଳିରେ ୧୦୦ ଗ୍ରାମ ଫଳ, ୪୦୦ ଗ୍ରାମ ସବୁଜ ପନିପରିବା, ୩୦୦ ମିଲି କ୍ଷୀର କିମ୍ବା ଦହି, ୮୫ ଗ୍ରାମ ଡାଲି କିମ୍ବା ଅଣ୍ଡା, ୩୫ ଗ୍ରାମ ଡ୍ରାଏଫ୍ରୁଟ୍ସ ଓ ୨୫୦ ଗ୍ରାମ ଭାତ ସେବନ କରିବାକୁ ପଡିବ। ସାରା ଦିନରେ ୨୭ ଗ୍ରାମରୁ ଅଧିକ ଚିକ୍କଣ ଜିନିଷ କିମ୍ବା ତେଲ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ମାଂସହାରୀ ଭୋଜନରେ ସାରା ଦିନରେ ଅଧିକରୁ ଅଧିକ ୭୦ ଗ୍ରାମ୍ ଚିକେନ କିମ୍ବା ମାଂସ ଯଥେଷ୍ଟ। ‘ଦିନ କି ମେରୀ ଥାଲି’ ଟାଇଟଲ ସହିତ ଏହି ନିର୍ଦ୍ଦେଶନାମା ଜାରି କରିଛି ଆଇସିଏମଆର ।

ସର୍ବନିମ୍ନ ଆଠଟି ଖାଦ୍ୟ ପଦାର୍ଥରୁ ମାକ୍ରୋନ୍ୟୁଟ୍ରିଏଣ୍ଟସ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟସ ସୋର୍ସିଂ କରିବାକୁ ସୁପାରିଶ କରେ। ଯେଉଁଥିରେ ପନିପରିବା, ଫଳ, ସବୁଜ ପତ୍ରଯୁକ୍ତ ପନିପରିବା ଖାଇବା ଜରୁରୀ, ଯାହା ଦ୍ୱାରା ଶରୀରରେ ପର୍ଯ୍ୟାପ୍ତ ପରିମାଣର ଫାଇବର ମିଳିବ। ଦ୍ୱିତୀୟ ମୁଖ୍ୟ ଅଂଶ ହେଉଛି ଶସ୍ୟ ଏବଂ ମିଲେଟ । ଏହା ପରେ ଡାଲି, ମାଂସ ଖାଦ୍ୟ, ଅଣ୍ଡା, ଶୁଖିଲା ଫଳ, ତେଲ ବିହନ ଏବଂ କ୍ଷୀର କିମ୍ବା ଦହି ଆସେ। ଏକ ପ୍ଲେଟରେ ୪୫ ପ୍ରତିଶତ ଶସ୍ୟ ରହିବା ଉଚିତ୍‌। ଡାଲି, ଅଣ୍ଡା ଏବଂ ମାଂସ ଖାଦ୍ୟ ଶତକଡା ୧୪ ରୁ ୧୫% ହେବା ଉଚିତ୍‌। ସେହିପରି ବାଦାମ, ତେଲ ମଞ୍ଜି, କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ ପ୍ରତିଦିନ ମୋଟ ଶକ୍ତିର ୮-୧୦% ହେବା ଉଚିତ।

ଦୈନନ୍ଦିନ ଖାଦ୍ୟରେ ଚିନି, ଲୁଣ ଏବଂ ଚର୍ବି ହ୍ରାସ କରିବାକୁ ଅଧିକରୁ ଅଧିକ ଫଳ ଏବଂ ପନିପରିବା ଖାଇବା ଉଚିତ୍‌। ବିଶେଷକରି ଗର୍ଭବତୀ ମହିଳା ଏବଂ ମହିଳା ଯେଉଁମାନେ ସ୍ତନ୍ୟପାନ କରାଉଛନ୍ତି ସେମାନଙ୍କୁ ଯଥାସମ୍ଭବ କ୍ଷୀର, ଅଣ୍ଡା ଏବଂ ମାଂସ ଖାଇବାକୁ ପରାମର୍ଶ ଦିଆଯାଇଛି। ଏହାସହ ସୁସ୍ଥ ଜୀବନ ପାଇଁ ସୁଗର ଓ ଫ୍ୟାଟରେ ଭରପୂର ରହିଥିବା ଖାଦ୍ୟ ଅଧିକ ଖାଇବା, ଶାରୀରିକ କାର୍ଯ୍ୟକଳାପ କମ୍ କରିବା, ସୂକ୍ଷ୍ମ ପୋଷକ ତତ୍ତ୍ୱର ଅଭାବ, ଅଧିକ ଓଜନ ସମସ୍ୟା ସହିତ ଅନେକ ଖାଦ୍ୟକୁ ସୀମିତ ଭାବେ ସେବନ କରିବା କାରଣରୁ ସ୍ଥିତି ଆହୁରି ଖରାପ ହୋଇଯାଉଛି । ମୋଟାପାକୁ ରୋକିବା ପାଇଁ ହେଲଦୀ ଲାଇଫଷ୍ଟାଇଲକୁ ଆପଣାଇବା ଓ ସ୍ୱାସ୍ଥ୍ୟକର ଭୋଜନକୁ ବିକଳ୍ପ ଭାବେ ବାଛିବାକୁ କହିଛି ଆଇସିଏମଆର ।

Leave A Reply

Your email address will not be published.