Latest Odisha News

BREAKING NEWS

ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ; ସୁଦାମଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର: ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିବା ପୂର୍ବରୁ  ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା ଇସ୍ତଫା ଦେବା ପରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଦିଆଯାଇଛି ରାଜସ୍ୱ ବିଭାଗ । ସୁଦାମ ମାର୍ଣ୍ଡିଙ୍କ ହାତରେ ଏବେ  ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ  ରହିଛି । ଏଥିସହିତ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

ସୂଚନାଥାଉ କି,ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ। ଆସନ୍ତାକାଲି ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳାଙ୍କୁ ଗତକାଲି ଦଳ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣଶ କରାଯାଇଥିଲା । ନାମାଙ୍କନ ପତ୍ର ଭରିବା ପୂର୍ବରୁ ପ୍ରମିଳା ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ବିଜେଡିର ୫ମ ପାଳି ସରକାରରେ ରାଜସ୍ୱ ବିଭାଗ ମନ୍ତ୍ରୀ ଥିଲେ ପ୍ରମିଳା । ସେ ୬ ଥର ବିଧାୟିକା ହୋଇଛନ୍ତି । ପ୍ରମିଳା ମଲ୍ଲିକ ବାଚସ୍ପତି ହେଲେ ସେ ହେବ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ।

ଯାହା ବି ହେଉ , ଇସ୍ତଫା ଦେବା ପରେ ତାଙ୍କ ବିଭାଗ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଂଙ୍କୁ ଦିଆଯାଇଛି ।

 

Leave A Reply

Your email address will not be published.