Latest Odisha News

BREAKING NEWS

ବାଲୁକା କଳାରେ ଭୋଟରଙ୍କୁ ସଚେତନ କଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର : ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରମାନେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟରମାନଙ୍କୁ ସଚେତନ ରହିବା ପାଇଁ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି ।

ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି ।

ଏହି ବାଲୁକା କଳା ଦେଖିବା ଶହଶହ ସଂଖ୍ୟାରେ ଦର୍ଶକଙ୍କ ଭିଡ ଜମିଥିବା ବେଳେ ଆଉ କିଛି ଦର୍ଶକ ସେଲଫି ମଧ୍ୟ ଉଠାଇଥିବା ଦେଖିବାକୁ ମିଳିଛି ।

ଏହି ଅବସରରେ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ମଧ୍ୟ ବାଲୁକା କଳା ପ୍ରଦର୍ଶନ କରିଥିଲେ ଏବଂ ଭୋଟରଙ୍କୁ ସଚେତନତା କରିବା ପାଇଁ ବାଲୁକା ଶିଳ୍ପୀମାନଙ୍କ ପକ୍ଷରୁ କରାଯାଇଥିବା ପ୍ରୟାସକୁ ଅଭିବାଦନ ଜଣାଇଥିଲେ ।

Leave A Reply

Your email address will not be published.