ନୂଆଦିଲ୍ଲୀ: ଆପଣ କୌଣସି ବାହାର ସ୍ଥାନକୁ ବୁଲିବାକୁ ଗଲେ ଆପଣଙ୍କ ପ୍ରଥମ ପ୍ରସନ୍ଦ ହୁଏ ସଫ୍ଟ ଡ୍ରିଂକ। ଏହା ସହ କିଛି ଲୋକ ସଫ୍ଟ ଡ୍ରିଂକ ପିଇବାକୁ ବହୁତ ପସନ୍ଦ କରନ୍ତି। ସେମାନେ ପ୍ରତିଦିନ ଅଧିକ ପରିମାଣରେ ଏସବୁ ପିଉଥିବାର ଦେଖିବାକୁ ମିଳେ। କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ଅଜାଣତରେ ଏହି ସଫ୍ଟ ଡ୍ରିଂକ ଆପଣଙ୍କ ଶରୀରର କ’ଣ କ୍ଷତି କରିଥାଏ?
ଅଧିକ ସୁଗାର ବା ଶର୍କରା ଯୁକ୍ତ ସଫ୍ଟ ଡ୍ରିଂକ ପିଇବା କାରଣରୁ ୨୦୨୦ ମସିହାରେ, ସାରା ବିଶ୍ବରେ ୨.୨ ମିଲିୟନ ଲୋକ ଟାଇପ – ୨ ଡାୟବେଟିସରେ ଆକ୍ରାନ୍ତ ହୋଇଥିବା, ଏକ ସର୍ଭେରୁ ଜାଣିବାକୁ ମିଳିଛି। ଏଥିରେ ମୋଟ ୧୮୪ ଦେଶରେ ସର୍ଭେ କରାଯାଇଥିଲା। ଉଚ୍ଚ ଶର୍କରା ଯୁକ୍ତ ସଫ୍ଟ ଡ୍ରିଂକ ପିଇବା ଦ୍ବାରା ଅଧିକାଂଶ ଲୋକ ଡାୟବେଟିସ ଓ ହାର୍ଟ ଜନିତ ରୋଗ ସୃଷ୍ଟି କରୁଛି।
ରିସର୍ଚ ଅନୁସାରେ, ଟାଇପ ୨ ଡାୟବେଟିସ ଭଳି ହାର୍ଟ ଜନିତ ରୋଗରେ ୧.୨ ମିଲିୟନ ଲୋକ ପୀଡ଼ିତ ଅଛନ୍ତି। ତେବେ ସାରା ବିଶ୍ବରେ ମହିଳାଙ୍କ ତୁଳନାରେ ପୁରୁଷ ଓ ଯୁବବର୍ଗ ଅଧିକ ପରିମାଣରେ ସଫ୍ଟ ଡ୍ରିଂକ ପିଉଛନ୍ତି। ସଫ୍ଟ ଡ୍ରିଂକ କାରଣରୁ ସୃଷ୍ଟି ହେଉଥିବା ରୋଗ ବିଭିନ୍ନ ଦେଶ ଅନୁଯାୟୀ ଭିନ୍ନ ରହିଛି। ଆଫ୍ରିକୀୟ ଦେଶମାନଙ୍କରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି।
ରିସର୍ଚ ଅନୁଯାୟୀ, ସବ ସାହାରା ଆଫ୍ରିକାରେ ୨୧ ପ୍ରତିଶତ ଲୋକ ସଫ୍ଟ ଡ୍ରିଂକ ପିଇବା କାରଣରୁ ଡାୟବେଟିସର ଶିକାର ହୋଇଛନ୍ତି। ୨୦୨୦ ରେ କଲମ୍ବିଆରେ ଏହି ରୋଗୀଙ୍କ ସଂଖ୍ୟା ୫୦ ପ୍ରତିଶତ ଥିବା ଜଣାପଡିଛି। ସେହିପରି ଆମେରିକାରେ ୧୯୯୦ ରୁ ୨୦୨୦ ମଧ୍ୟରେ ପ୍ରତି ମିଲିୟନ ପିଛା ୬୭୧ ଡାୟବେଟିସ କେସ ସାମନାକୁ ଆସିଛି।
ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ
Comments are closed.