Latest Odisha News

BREAKING NEWS

ଆଉ ୫୧ ବର୍ଷ ପରେ ଚନ୍ଦ୍ରମାରେ ମଣିଷ ସନ୍ତାନ ଜନ୍ମ କରିପାରିବ : ଷ୍ଟଡି

ନୂଆଦିଲ୍ଲୀ: ୨୦୭୫ ବେଳକୁ ଚନ୍ଦ୍ରପୃଷ୍ଠରେ ମଣିଷ ରହିବା ସହ ସନ୍ତାନ ଜନ୍ମ କରିପାରିବ ବୋଲି ଏକ ଷ୍ଟଡିରେ ଉଲ୍ଲେଖ କରାଯାଇଛି । ଦକ୍ଷିଣ ଧ୍ରୁବର ହେନ୍ସନ କ୍ରେଟରରେ ନୀଲ ଆର୍ମଷ୍ଟ୍ରଙ୍ଗ ଇଂଟରନ୍ୟାଶନାଲ ଲୁନାର ବେସ ହେବ । ଏହା ଚନ୍ଦ୍ରର ସାଉଥ ପୋଲରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଚୀନ ଏବଂ ଅନ୍ୟ ବିକଶିତ ଦେଶଙ୍କ ମିଳିତ ଉଦ୍ୟମରେ ଏଠାରେ ରେଡିଓ ଟେଲିସ୍କୋପ ନିର୍ମାଣ କରାଯିବ । ଯାହାକି ଅନ୍ତରୀକ୍ଷ, ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଯୋଗାଯୋଗ ସମ୍ପର୍କ ସୃଷ୍ଟି କରାଇବ । ଶେକଲେଟନ କ୍ରେଟର ଆଫ୍ରିକାର ପାହାଡିଆ ଅଂଚଳ ପରି ଦୃଶ୍ୟମାନ ହେବ । ଗୋଲାକୃତିର ଅନେକ କ୍ୟାମ୍ପରେ ଗ୍ରୀନ ହାଉସ ଗ୍ୟାସ ପ୍ରସ୍ତୁତ କରାଯିବ ।

ସୌର ଶକ୍ତିରେ ଚାଲୁଥିବା ଥ୍ରୀଡି ପ୍ରିଟିଂ ରୋବଟ୍ସ ଏହି କ୍ୟାମ୍ପ୍ସକୁ ପରିଚାଳନା କରିବ । ଛୋଟ ଉଲକାପିଣ୍ଡ ଓ ରେଡିଏଶନରୁ ଏହା ମଧ୍ୟ ରକ୍ଷା କରିବ । ସୋଲାର ପ୍ୟାନେଲ୍ସ ମାଧ୍ୟମରେ ଲୁନାର ବେସରେ ଜୀବନ ରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ବିଜୁଳି ପ୍ରସ୍ତୁତ କରାଯିବ । ଏହା ବ୍ୟତୀତ ୱାୟାରଲେସ ସିଷ୍ଟମର ବ୍ୟବସ୍ଥା କରାଯିବ । ଯଦି ଚନ୍ଦ୍ରରେ ମନୁଷ୍ୟ ଲୁନାର ଷ୍ଟେସନ ପ୍ରସ୍ତୁତ କରପାରିବ ଏହି ସ୍ୱପ୍ନ ସବୁ ସାକାର ହେବା କିଛି ଅସମ୍ଭବ ନୁହେଁ ।

ଏପରିକି ମନୁଷ୍ୟ ଏଠାରେ ତାର ପ୍ରଜାତି କୃତ୍ରିମ ଉପାୟରେ ବଢ଼ାଇ ପାରିବ । ଚନ୍ଦ୍ରରେ ଥିବା ବରଫରୁ ପାଣି ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ଉକ୍ତ ଷ୍ଟଡିରେ ଉଲ୍ଲେଖ ରହିଛି । ଏହି ପାଣିରୁ ଅମ୍ଳଜାନ ଓ ରକେଟ ଫ୍ୟୁଏଲ ପ୍ରସ୍ତୁତ କରାଯାଇପାରିବ ବୋଲି ଇଟାଲୀର ସ୍ପେସ ପଲିସି ଆଡଭାଇଜର ଜୁୟୁସେପ ରୀବାଲ୍ଡି କହିଛନ୍ତି ।

Leave A Reply

Your email address will not be published.