Latest Odisha News

BREAKING NEWS

ବଢିଲା ଖରାଛୁଟି, ଜୁନ ୨୬ରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: କ୍ରମାଗତ ଭାବେ ଗ୍ରୀଷ୍ମ ଉତ୍ତାପକୁ ଲକ୍ଷ୍ୟ କରି ଓଡ଼ିଶା ରାଜ୍ୟ ସରକାର ଗ୍ରୀଷ୍ମ ଅବକାଶ ବା ଖରାଛୁଟିର ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ଜୁନ ୨୫ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ରହିବା ନେଇ ମଙ୍ଗଳବାର ଦିନ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ‘ଓଡ଼ିଶା ସମ୍ବାଦ’ କୁ କହିଛନ୍ତି, ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତାପମାତ୍ରାକୁ ଲକ୍ଷ୍ୟ କରି ବିଦ୍ୟାଳୟମାନଙ୍କର ଖରାଛୁଟିର ଅବଧିକୁ ବୃଦ୍ଧି କରାଯାଇଛି ।

ସରକାରଙ୍କ ଏହି ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡ଼ିକ ଜୁନ ୨୬ ତାରିଖରେ ପୁନର୍ବାର ଖୋଲିବ ।

ରାଜ୍ୟର କେତେଗୁଡ଼ିଏ ବିଦ୍ୟାଳୟ ସୋମବାର ଦିନ ଖୋଲିଥିବା ବେଳେ ଜୁନ ୧୯ ତାରିଖରେ ଅନ୍ୟ ସମସ୍ତ ସ୍କୁଲ ଗୁଡ଼ିକ ଖୋଲିବାର କାର୍ଯ୍ୟକ୍ରମ ରହିଥିଲା ।

ତେବେ ଖରାଛୁଟି ଗତବର୍ଷ ପରି ବୃଦ୍ଧି କରାଯିବା ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ପୂର୍ବରୁ ସରକାର ଏହାକୁ ଗୁଜବ ବୋଲି କହିଥିଲେ ।

ରାଜ୍ୟରେ ୨୦୧୮ରେ ସମସ୍ତ ସ୍କୁଲ ଗୁଡ଼ିକ ଜୁନ ୨୩ ତାରିଖ ପର୍ଯ୍ୟନ୍ତ ଖରାଛୁଟିକୁ ବୃଦ୍ଧି କରାଯିବା ପରେ ପ୍ରବଳ ତାପମାତ୍ରା ବୃଦ୍ଧି ଯୋଗୁଁ ପୁନର୍ବାର ଜୁନ ୨୫ ତାରିଖକୁ ଗ୍ରୀଷ୍ମାବକାଶକୁ ଘୁଞ୍ଚାଇ ଦିଆଯାଇଥିଲା ।

Leave A Reply

Your email address will not be published.