Latest Odisha News

BREAKING NEWS

ଆଜି ହେଉଛି ପବିତ୍ର ବିଜୟାଦଶମୀ; ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସୁନାବେଶ

ପୁରୀ: ଆଜି ହେଉଛି ପବିତ୍ର ବିଜୟାଦଶମୀ ଅର୍ଥାତ ଦଶହରା ପର୍ବ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ହେଉଛି ପବିତ୍ର ବିଜୟାଦଶମୀ । ଆଜିର ଦିନରେ ଶ୍ରୀମନ୍ଦିରରେ ଅବକାଶ ନିତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି । ଏହି ପବିତ୍ର ତିଥିରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାପୃଷ୍ଠରେ ଅସତ୍ୟ ଉପରେ ସତ୍ୟର ବିଜୟ କରିଥିଲେ । ଏଣୁ ଏହି ସ୍ମୃତିରେ ଆଜି ଶ୍ରୀମନ୍ଦିରରେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।

ମହାପ୍ରଭୁଙ୍କ ୫ଟି ସୁନାବେଶରୁ ଶ୍ରୀମନ୍ଦିରରେ ୪ଟି ଓ ରଥ ଉପରେ ଗୋଟିଏ ସୁନାବେଶ ହୋଇଥାଏ । ମହାପ୍ରଭୁଙ୍କର ଶ୍ରୀମନ୍ଦିର ଭିତରେ ବିଜୟାଦଶମୀ, କାର୍ତ୍ତିକ ପୂର୍ଣ୍ଣିମା, ଫଗୁ ଦଶମୀ, ଦୋଳପୁର୍ଣ୍ଣିମାରେ ସୁନାବେଶ ହେଉଥିବା ବେଳେ ରଥ ଉପରେ ବାହୁଡ଼ା ଯାତ୍ରାର ପରଦିନ ସୁନାବେଶ ହୋଇଥାଏ । ସୁନାବେଶରେ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଆଉ ଏହି ବେଶରେ ବେଶରେକିରିଟି,ଚୂଳ,ଚନ୍ଦ୍ରିକା, ଆଡକାନି,ଚନ୍ଦ୍ରସୂର୍ଯ୍ଯ, ଶ୍ରୀଭୁଜ, ଶ୍ରୀପୟର, ଘାଗଡା ମାଳି ଆଦି ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଛନ୍ତି ମହାପ୍ରଭୁ।

ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସକାଳ ଧୂପ ନୀତି ପରେ ଚକ୍ର ମାଜଣା ହେବା ସହ ଆୟୁଧ ପୂଜା ହୋଇଥିଲା । ଏହା ପରେ ଭିତର ବେଢା ପରିକ୍ରମା ପରେ ମହାପ୍ରଭୁ ଆୟୁଧ ହସ୍ତରେ ଧାରଣ କରିଥାନ୍ତି । ମହାପ୍ରଭୁଙ୍କ ବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

 

 

Leave A Reply

Your email address will not be published.