Latest Odisha News

BREAKING NEWS

ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା, 5T ଚେୟାରମ୍ୟାନ ହେଲେ ପାଣ୍ଡିଆନ୍

ଭୁବନେଶ୍ଵର: ସ୍ଵେଚ୍ଛାକୃତ ଅବସର ନେଲା ପରେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା । 5T ଅଧକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିବେ ଭିକେ ପାଣ୍ଡିଆନ । କ୍ୟାବିନେଟ ମନ୍ତ୍ରୀ ଭାବରେ 5T ଓ ନବୀନ ଓଡିଶାର ଚେୟାରମ୍ୟାନ ହେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ସିଧାସଳଖ କାମ କରିବେ ପାଣ୍ଡିଆନ୍ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ନିର୍ଦ୍ଦେଶନାମା ।

ସୂଚନାଯୋଗ୍ୟ ଯେ, ବରିଷ୍ଠ ଆଇଏଏସ ଅଫିସର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିଲେ । ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସରକୁ ନେଇ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଥିଲା । କାହିଁକି ସ୍ୱେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ? ଆଗକୁ କ’ଣ ରହିବ ଭି.କେ ପାଣ୍ଡିଆନଙ୍କ ପଦକ୍ଷେପ? ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ରାଜନୀତି ଜୋର ଧରିଥିଲା । ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ଭି.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ଲାଗି ଆବେଦନ କରିଥିଲେ ଓ ରାଜ୍ୟ ସରକାର ଏହାକୁ ଗ୍ରହଣ କରିବା ସହ କେନ୍ଦ୍ରର ଅନୁମୋଦନ ଲାଗି ପଠାଇଥିଲେ।

୨୦୦୦ ବ୍ୟାଚ୍ ଓଡ଼ିଶା କ୍ୟାଡର IAS ଅଫିସର ଥିଲେ ଭି.କେ. ପାଣ୍ଡିଆନ୍ । କଳାହାଣ୍ଡି ଧର୍ମଗଡ଼ ଉପଜିଲ୍ଲାପାଳ ଭାବରେ ଚାକିରି ଆରମ୍ଭ କରିଥିଲେ ପାଣ୍ଡିଆନ୍ । ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ବି ଥିଲେ । ୨୦୦୫-୨୦୦୭ ଯାଏ ଭି. କେ. ପାଣ୍ଡିଆନ୍ ମୟୂରଭଞ୍ଜ ଜିଲ୍ଲାପାଳ ଥିଲେ । ୨୦୦୭-୨୦୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିଲେ । ୨୦୧୧ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଥିଲେ । ପରେ ତାଙ୍କୁ ଫାଇଭ୍ ଟି ସଚିବ ଭାବରେ ଦାୟିତ୍ବ ମିଳିଥିଲା । ୨୩ ବର୍ଷ ସରକାରୀ ଚାକିରିରେ ଥିଲେ ପାଣ୍ଡିଆନ୍ । ଗତ ୬ ମାସ ଧରି ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ ଭି. କେ. ପାଣ୍ଡିଆନ୍ । ତେବେ ଗତକାଲି ସ୍ବେଚ୍ଛାକୃତ ଭାବେ ଅବସର ନେଇଥିଲେ ପାଣ୍ଡିଆନ୍ ।

 

Leave A Reply

Your email address will not be published.