Latest Odisha News

BREAKING NEWS

ମୁମ୍ବାଇ ସମ୍ମୁଖରେ ୨୧୫ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ୱାଙ୍ଖେଡ: ଏଠାରେ ଶନିବାର ଅନୁଷ୍ଠିତ ଆଇପିଏଲର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ ୨୧୫ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳଗତ ପ୍ରଦର୍ଶନ ମାଧ୍ୟମରେ ବଡ ସ୍କୋର କରିପାରିଥିଲା । ସାମ କୁରାନ ୫୫, ହରପ୍ରୀତ ସିଂ ୪୧ ଓ ଅଥର୍ବ ଟେଡ ୨୯ ରନର ଇନିଂସ ଖେଳିଥିଲେ । ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରି ନ ଥିଲେ ମଧ୍ୟ ବ୍ୟାଟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ମୁମ୍ବାଇ ପକ୍ଷରୁ କାମେରନ ଗ୍ରୀନ ଓ ପୀୟୁଷ ଚାୱଲା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

BjdElectrycity

ଅର୍ଜୁନ ତେନ୍ଦୁଲକର ଏହି ମ୍ୟାଚରେ ୩ ଓଭର ବୋଲିଂ କରି ୪୮ ରନରେ ଗୋଟିଏ ୱିକେଟ ହାସଲ କରିଥିଲେ । ଟସ ଜିତି ମୁମ୍ବାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ମୁମ୍ବାଇ ୫ ମ୍ୟାଚରୁ ୬ ପଂଏଟ ହାସଲ କରିଥିବା ବେଳେ ପଞ୍ଜାବ ୬ ମ୍ୟାଚରୁ ସମାନ ପଂଏଟ ହାସଲ କରିଛି । ମ୍ୟାଚରେ ବିଜୟ ହାସଲ କରି ମୁମ୍ବାଇ ତାର ସ୍ଥିତି ଆହୁରି ମଜଭୁତ କରିବାକୁ ଚାହିଁବ ।

Leave A Reply

Your email address will not be published.