Latest Odisha News

ସୁପ୍ରିମକୋର୍ଟଙ୍କ ରାୟ: ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମାଣ୍ଡ ପୋଷ୍ଟ

ନୂଆଦିଲ୍ଲୀ: ଏଣିକି ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମାଣ୍ଡ ପୋଷ୍ଟ ବା ସ୍ଥାୟୀ ପଦପଦବୀ । ଏନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସ୍ଥାୟୀ କମାଣ୍ଡ ପୋଷ୍ଟ ପାଇବାରୁ ବଂଚିତ ଥିବା ମହିଳା ଅଧିକାରୀଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଏହି ନିଷ୍ପତି ଶୁଣାଇଛନ୍ତି । ସେନାରେ ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର ରହିିଛି । ସେନାରେ ସବୁବେଳେ ସମାନତା ରହିବା ଜରୁରୀ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ପୁରୁଷ ଅଧିକାରୀଙ୍କ ଭଳି ମହିଳା ଅଧିକାରୀଙ୍କୁ ମଧ୍ୟ ସ୍ଥାୟୀ ପଦପଦବୀ ମିଳିବ । ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତି ଉପରେ ମୋହର ମାରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତିି । ଏହା ସହ କେନ୍ଦ୍ର ସରକାରଙ୍କୁ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ କମାଣ୍ଡ ପୋଷ୍ଟିଂ ନୀତି ଲାଗୁ କରିବା ପାଇଁ ୩ ମାସର ସମୟ ଦେଇଛନ୍ତି । କୋର୍ଟ କହିଛନ୍ତି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ତାଙ୍କ ମାନସିକତାରେ ପରବର୍ତନ ଆଣିବା ଆବଶ୍ୟକ । ପୂର୍ବରୁ ୨୦୧୦ରେ ସ୍ଥଳ ସେନାରେ ମହିଳାଙ୍କ  ସ୍ଥାୟୀ କମିଶନ କମାଣ୍ଡ ପୋଷ୍ଟିଂ ସପକ୍ଷରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ । ଏହାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ କେନ୍ଦ୍ର ସରକାର ।

Leave A Reply

Your email address will not be published.