Latest Odisha News

BREAKING NEWS

ଇଣ୍ଡିଆନ ଗ୍ରାଁ ପ୍ରି ୧: କିଶୋରଙ୍କୁ ସ୍ୱର୍ଣ୍ଣ, ଅମୀୟ ଜିତିଲେ ରୌପ୍ୟ

ତ୍ରିଭେନ୍ଦ୍ରମ: ତ୍ରିଭେନ୍ଦ୍ରମର ଏଲଏନସିପିଇ ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ୧ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସୋମବାର ଜାଭେଲିନ ଥ୍ରୋରେ କିଶୋର କୁମାର ଜେନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୮୧.୦୫ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । କର୍ଣ୍ଣାଟକର ମନୁ ଡିପି (୮୦.୬୧) ଓ ପଞ୍ଜାବର ଅର୍ଶଦୀପ ସିଂ (୭୫.୬୭) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ସେହିପରି ୧୦୦ ମିଟର ରେସରେ ଅମୀୟ ମଲ୍ଲିକ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି । ସେ ୧୦.୬୯ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ମାଲଡିଭସର ହାସନ ସଏଦ ୧୦.୬୭ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଦିଲ୍ଲୀର ଅମିତ ତିୱାରୀ ୧୦.୯୦ ସେକେଣ୍ଡ ବ୍ରୋଞ୍ଜ ପଦକ ହାତେଇଛନ୍ତି ।

Leave A Reply

Your email address will not be published.