Latest Odisha News

BREAKING NEWS

ସିଜେପିର ‘ସ୍କୁଲ ଠିକ୍ କରୋ ଅଭିଯାନ’ରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି

ନୂଆଦିଲ୍ଲୀ: ସରକାରୀ ସ୍କୁଲଗୁଡ଼ିକରେ ବାହାର ଲୋକଙ୍କ ପ୍ରବେଶ, ଫଟୋଗ୍ରାଫି ଏବଂ ଭିଡିଓ ରେକର୍ଡିଂ ଉପରେ ଲଗାଯାଇଥିବା କଟକଣାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିଷେଧାଦେଶକୁ ଆହ୍ବାନ କରି ଦାୟର ହୋଇଥିବା ପିଟିସନକୁ ସର୍ବୋଚ୍ଚ ଅଦାଲତ ଶୁଣାଣି ନକରି ଖାରଜ କରିଦେଇଛନ୍ତି।

ସିଜେପି ବା କକ୍ରୋଚ ଜନତା ପାର୍ଟିର ‘ସ୍କୁଲ ଠିକ୍ କରୋ’ ଅଭିଯାନ ମଧ୍ୟରେ ସରକାରୀ ସ୍କୁଲଗୁଡ଼ିକର ଅବ୍ୟବସ୍ଥା, ଶିକ୍ଷକଙ୍କ ଅନୁପସ୍ଥିତି ଓ ଭିତ୍ତିଭୂମିର ଅଭାବକୁ ଲୋକଲୋଚନକୁ ଆଣିବା ପାଇଁ ଭିଡିଓଗ୍ରାଫି କରାଯାଉଥିଲା। ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଗୋପନୀୟତା ଏବଂ ସ୍କୁଲର ଶିକ୍ଷାଦାନ ବାତାବରଣ ଓ ଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ସରକାରଗୁଡ଼ିକ ବିନା ଅନୁମତିରେ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଥିଲେ।

ଆବେଦନକାରୀ ଦାବି କରିଥିଲେ ଯେ ଏହି କଟକଣା ଦ୍ୱାରା ମୌଳିକ ଅଧିକାର ଓ ସୂଚନା ପାଇବାର ଅଧିକାର କ୍ଷୁଣ୍ଣ ହେଉଛି। ମାତ୍ର ସୁପ୍ରିମକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୩୨ ଅଧୀନରେ ଦାୟର ଏହି ଆବେଦନ ଉପରେ ହସ୍ତକ୍ଷେପ କରିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି। କୋର୍ଟଙ୍କ ଦର୍ଶାଇବା ଅନୁଯାୟୀ, ଶିକ୍ଷାନୁଷ୍ଠାନର ସୁରକ୍ଷା ଓ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ତେଣୁ ବିଦ୍ୟାଳୟ ପରିସରରେ ନିୟମାବଳୀ ବଜାୟ ରଖିବା ଉଚିତ।

ଏହି ନିଷ୍ପତ୍ତି ପରେ ଏବେ ବିନା ଆଧିକାରିକ ଅନୁମତିରେ ସରକାରୀ ସ୍କୁଲ ମଧ୍ୟରେ କୌଣସି ପ୍ରକାରର ଫଟୋଗ୍ରାଫି, ଭିଡିଓଗ୍ରାଫି କିମ୍ବା ସୋସିଆଲ ମିଡିଆ ଲାଇଭ୍ ସମ୍ପୂର୍ଣ୍ଣ ନିଷିଦ୍ଧ ରହିବ।

Leave A Reply

Your email address will not be published.