Latest Odisha News

BREAKING NEWS

‘ଉପରାଜ୍ୟପାଳ ନୁହଁ, ନିର୍ବାଚିତ ସରକାର ଦିଲ୍ଲୀର ବସ୍’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଅଧିକାରୀଙ୍କୁ ମୁତୟନ ଓ ପରିବର୍ତ୍ତନ ଅଧିକାର ଦିଲ୍ଲୀ ସରକାରଙ୍କର ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅର୍ଥାତ୍ ଉପରାଜ୍ୟପାଳ ନୁହଁନ୍ତି ବରଂ ଦିଲ୍ଲୀ ସରକାର ହେଉଛନ୍ତି ଦିଲ୍ଲୀର ପ୍ରକୃତ ବସ୍ ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସଂକୁଚିତ କରାଯାଇ ପାରିବ ନାହିଁ । କେନ୍ଦ୍ର ସରକାର ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଭଳି ସବୁ କ୍ଷମତା ନେଇ ଯାଇ ପାରିବେ ନାହିଁ ।

କୋର୍ଟ ଆହୁରି କହିଛନ୍ତି, ଯଦି ନିର୍ବାଚିତ ସରକାର ଅଧିକାରୀଙ୍କୁ ନିୟନ୍ତ୍ରିତ କରି ପାରିବ ନାହିଁ ତାହେଲେ ଲୋକଙ୍କ ସାମୁହିକ ଦାୟିତ୍ୱ କିଭଳି ନିର୍ବାହ କରିବେ ? ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଦିଲ୍ଲୀ ସରକାରଙ୍କ ଅଧିକାର ପରିସରଭୁକ୍ତ ।

ଦିଲ୍ଲୀରେ ପ୍ରଶାସନିକ ସେବାର ନିୟନ୍ତ୍ରଣ କିଏ କରିବ ? ଏହାକୁ ଅନେକ ଦିନ ଧରି ପ୍ରଶ୍ନ ଉଠିଥିବା ବେଳେ ୨୦୧୯ ଫେବ୍ରୁଆରୀ ୧୪ରେ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଏକ ନିଷ୍ପତ୍ତି ଶୁଣାଇଥିଲେ । ଯେଉଁଥିରେ ଦୁଇ ବିଚାରପତିଙ୍କ ମତାମତ ଭିନ୍ନ ଥିଲା । ଏବେ ଉକ୍ତ ରାୟ ସହ ୫ ଜଣିଆ ଖଣ୍ଡପୀଠ ସହମତି ପ୍ରକାଶ ନକରି ଏହି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ।

Leave A Reply

Your email address will not be published.