Latest Odisha News

BREAKING NEWS

ନବଦୁର୍ଗା: ସ୍କନ୍ଦମାତା ବେଶରେ ପୂଜା ପାଉଛନ୍ତି ମା’

ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା "ନବଦୁର୍ଗା"

ଭୁବନେଶ୍ଵର: ଖିଲିଖିଲି ହସୁଛି କାଶତଣ୍ଡି ଫୁଲ । ଏବେ ଖାଲି ଅପେକ୍ଷା ମା’ଙ୍କ ଆଗମନକୁ । ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଧରାବତରଣ କରିବେ ମା’ ଦୁର୍ଗତିନାସିନି ଦୂର୍ଗା । ସେଥିପାଇଁ ଏବେ ସମସ୍ତ ଦେବୀ ପୀଠରେ ମା ଙ୍କ ନବରାତ୍ରୀ ପୂଜା । ଏହି ଅବସରରେ ସକାଳୁ ବିଭିନ୍ନ ଦେବୀ ପୀଠ ମାନଙ୍କରେ ଭକ୍ତଙ୍କ ଗହଳି ଆରମ୍ଭ ହୋଇ ଯାଇଛି ।

ସ୍କନ୍ଦମାତା

ଶାରଦୀୟ ନବରାତ୍ରର ପଞ୍ଚମ ସ୍ୱରୂପରେ ମା’ ସ୍କନ୍ଦମାତାଙ୍କର ଆରାଧନା କରାଯାଏ । ମା’ ଜଗତଜନନୀ ପୁତ୍ର ସ୍କନ୍ଦ(କାର୍ତ୍ତିକେୟ)ଙ୍କୁ ନିଜ କୋଳରେ ଧରି ବସିଥିବାରୁ ମା’ଙ୍କର ଏହି ସ୍ୱରୂପକୁ ସ୍କନ୍ଦମାତା ଭାବରେ ଅବିହିତ କରାଯାଏ । ମାନ୍ୟତା ରହିଛି ଯେ ବିଧିବିଧାନରେ ମା’ଙ୍କର ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡେ ଏବଂ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତ ହୋଇଥାଏ । ସ୍କନ୍ଦମାତା ପଦ୍ମ ଫୁଲରେ ଅଭୟ ମୁଦ୍ରାରେ ବିରାଜମାନ। ମା’ଙ୍କ ରୂପ ଅତ୍ୟଂର ସୁନ୍ଦର। ତାଙ୍କ ମୁଖରେ ଏକ ଉଜ୍ଜ୍ୱଲ୍ୟ ଦେଖିବାକୁ ମିଳିଥାଏ। ସେଥିପାଇଁ ତାଙ୍କୁ ମା’ ଗୌରୀ ମଧ୍ୟ କୁହାଯାଏ।

ଏହା ମଧ୍ୟ ପଢନ୍ତୁ

https://odishasambad.in/the-4th-day-of-navratri-is-dedicated-to-goddess-kushmanda/

ପୌରାଣିକ କଥା ଅନୁସାରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ହେଉଛନ୍ତି ଭଗବାନ କାର୍ତ୍ତିକେୟ। ତାଙ୍କର ଅନ୍ୟ ନାମ ସ୍କନ୍ଦ। ଏକଦା ତାରକା- ସୁର ନାମରେ ଏକ ରାକ୍ଷସ ଥିଲା । ଯିଏ ତ୍ରିପୁରକୁ ନିଜର କଠୋର ସାଧନା ବଳରେ ଜୟ କରିପାରି ଥିଲା। କିନ୍ତୁ ଏହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ର କାର୍ତ୍ତିକେୟଙ୍କ ଦ୍ୱାରା ସମ୍ଭବ ଥିଲା। ଏହା ଜାଣିବା ପରେ ମା’ ପାର୍ବତୀ ପୁତ୍ର କାର୍ତ୍ତିକେୟଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ ସ୍କନ୍ଦ ମାତାଙ୍କ ରୂପ ଧାରଣ କରିଥିଲେ। ସ୍କନ୍ଦମାତାଙ୍କଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକା ସୁରର ବଦ୍ଧ କରିଥିଲେ।

ଅନ୍ୟ ଏକ ପୌରାଣିକ କଥା ଅନୁସାରେ ଥରେ ଇନ୍ଦ୍ର କାର୍ତ୍ତିକେୟଙ୍କୁ ଉପହାସ କରି କହିଥିଲେ ଯେ ତୁମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହଁ । ଏହାଦ୍ୱାରା କୁମାର କାର୍ତ୍ତିକେୟ ବହୁତ ଦୁଃଖି ହୋଇଥିଲେ। ଏହାପରେ ମାତା କାର୍ତ୍ତେକେୟଙ୍କ ଦୁଃଖ ବୁଝିପାରିଥିଲେ ଏବଂ ସିଂହ ଉପରେ ବିରାଜମାନ କରି ପ୍ରକଟ ହୋଇ ନିଜ କୋଳରେ କାର୍ତ୍ତିକେୟଙ୍କୁ ଉଠାଇ ନେଇ ବସାଇଥିଲେ। ଏହାପରେ ଦେବରାଜ ଇନ୍ଦ୍ରଙ୍କ ଗର୍ବ ଚୂର୍ଣ୍ଣ ହେବା ସହିତ ଭଗବାନ କାର୍ତ୍ତିକେୟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ।

ମା’ ସ୍କନ୍ଦମାତା ବିଶୁଦ୍ଧ ଚକ୍ରର ଅଧିଷ୍ଠାତ୍ରି ଦେବୀ। ନବରାତ୍ର ବ୍ରତ ରଖିଥିବା ସାଧକଙ୍କ ମନ ଏହିଦିନ ବିଶୁଦ୍ଧ ଚକ୍ରରେ ସ୍ଥିର ରହିଥାଏ। ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ ହୋଇଥାନ୍ତି । ଯେଉଁ ଭକ୍ତ ସ୍କନ୍ଦମାତାଙ୍କ ପୂଜା କରିଥାନ୍ତି ମା’ ତାଙ୍କ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ର ମତରେ ମା’ ସ୍କନ୍ଦମାତାଙ୍କ ସମ୍ବନ୍ଧ ବୃହସ୍ପତି ନାମକ ଗ୍ରହ ସହିତ ଜଡିତ। ବୃହସ୍ପତି ଗ୍ରହଙ୍କୁ ଶାନ୍ତ କରିବାକୁ ହେଲେ ମା’ ସ୍କନ୍ଦମାତାଙ୍କ ଶରଣାପନ୍ନ ହେବା ଉଚିତ। ମା’ ସ୍କନ୍ଦମାତାଙ୍କ ଆରାଧନା ସାଧକକୁ ସର୍ବ ସୌଭାଗ୍ୟ ପ୍ରଦାନ କରିଥାଏ।

 

Leave A Reply

Your email address will not be published.