Latest Odisha News

ରାହୁଲଙ୍କୁ ମିଳିଲା ଜାମିନ; ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ

ସୁରଟ: ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ୱସ୍ତି ।  ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଜାମିନ ଆବେଦନକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ  ମଞ୍ଜୁର କରଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ ତାରିଖରେ ହେବ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ ମାନହାନୀ ମକଦ୍ଦମାର ବିଚାର କରି ସୁରଟ କୋର୍ଟ ଦେଇଥିବା ରାୟକୁ ଆଜି ଉପର କୋର୍ଟରେ ଚାଲେଞ୍ଜ କରିଥିଲେ ରାହୁଲ । ୧୧ ଦିନ ପରେ ଏହି ନ୍ୟାୟିକ ଲଢେଇ ପାଇଁ ଆଜି ରାହୁଲ ସୁରଟରେ ପହଞ୍ଚିଥିଲେ  ।

BjdElectrycity

ସୁରଟ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚଏଚ ବର୍ମା ଦେଇଥିବା ରାୟକୁ ଚାଲେଞ୍ଜ କରି ରାହୁଲ ଆଜି ସେସନ କୋର୍ଟରେ ଆବେଦନ କରିଥିଲେ। ଏହି ଅପିଲ ସହ ରାହୁଲ ଗାନ୍ଧିଙ୍କ ତରଫରୁ ମଧ୍ୟ ଦୁଇଟି ଆବେଦନ କରାଯାଇଥିଲା। ତଳ କୋର୍ଟ ପକ୍ଷରୁ ହୋଇଥିବା ଦୋଷୀ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଆବେଦନ କରଯାଇଥିଲା। ସେହିପରି ତଳ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ଖାରଜ କରିବାକୁ ରାହୁଲ ଗାନ୍ଧିଙ୍କ ତରଫରୁ ଆବେଦନ କରାଯା‌ଇଥିଲା।

ଯଦି ରାହୁଲଙ୍କ ଦ୍ୱିତୀୟ ଆବେଦନକୁ କୋର୍ଟକୁ ଅନୁମତି ଦିଅନ୍ତି ତେବେ ରାହୁଲ ତାଙ୍କର ଲୋକସଭା ସଦସ୍ୟ ପଦ ଫେରି ପାଇବେ ।

Leave A Reply

Your email address will not be published.